Videos
|
Odisha

ଆସନ୍ତା କାଲି ଆୟୁଷ୍ମାନ ଯୋଜନା ଦ୍ୱୀତିୟ ଭାଗକୁ ଗ୍ରହଣ କରିବେ ରାଜ୍ୟ ସରକାର

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଆସନ୍ତା କାଲି ଆୟୁଷ୍ମାନ ଯୋଜନା ଦ୍ୱୀତିୟ ଭାଗକୁ ଗ୍ରହଣ କରିବେ ରାଜ୍ୟ ସରକାର

Key Points

  • ମାର୍ଚ୍ଚ ଶେଷ ସୁଦ୍ଧା ଓଡିଶାରେ ଲାଗୁ ହେବ ଆୟୁଷ୍ମାନ ଯୋଜନା
  • ଆସନ୍ତା କାଲି ଆୟୁଷ୍ମାନ ଯୋଜନା ଦ୍ବୀତିୟ ଭାଗକୁ ଗ୍ରହଣ କରିବେ ରାଜ୍ୟ ସରକାର
  • 70 ବର୍ଷରୁ ଉର୍ଦ୍ଧ ଲୋକଙ୍କ ଦାୟୀତ୍ବ ନେବେ ମୋଦି,
  • ରାଜ୍ୟ ବାହାରେ  ଦାଦନ ଖଟୁଥିବା ଶ୍ରମିକଙ୍କୁ ବି ମିଳିବ ମାଗଣା ଚିକିତ୍ସା 
  • ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାରେ ଲାଭବାନ ରାଜ୍ୟର କୋଟିଏ ପରିବାର
  • ଦେଶର ୨୭ ହଜାର ହସ୍ପିଟାଲରେ ଓଡିଆ ଲୋକଙ୍କୁ ମିଳିବ ମାଗଣା ଚିକିତ୍ସା ସୁବିଧା 
  • ବିଜେଡି ସରକାର ରାଜ୍ୟରେ ଜାଣିଶୁଣି ଲାଗୁ କରୁନଥିଲା ଆୟୁଷ୍ମାନ ଭାରତ ଯୋଜନା
  • ଅନ୍ୟ ଯୋଜନାକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କହି ମିଛ ସଂଖ୍ୟାର ଖେଳ ଖେଳୁଥିଲା ବିଜେଡି

ଅର୍ଗସ ବ୍ୟୁରୋ:  ଓଡିଶାକୁ ମିଳିବ ମୋଦିଙ୍କ ସ୍ବାସ୍ଥ୍ୟ ଗ୍ୟାରେଣ୍ଟି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଓଡିଶାରେ ଲାଗୁ ହେବ ଆୟୁଷ୍ମାନ ଯୋଜନା । ଆସନ୍ତା କାଲି ଏହି ଯୋଜନାର ଦ୍ବୀତିୟ ଭାଗ ଅର୍ଥାତ 70 ପ୍ଲସ୍ ସ୍କିମ୍ ଙ୍କୁ ରାଜ୍ୟ ସରକାର ପ୍ରଥମିକ ପର୍ଯ୍ୟାୟରେ ଗ୍ରହଣ କରିବାକୁ ଯାଉଛନ୍ତି । ଯାହା ପରେ ବିସ୍ତୃତ ଗାଇଡ ଲାଇନ ଓ ମୋଡାଲିଟ ପ୍ରସ୍ତୁତ କରି  ଖୁବଶୀଘ୍ର ଓଡିଶାରେ କାର୍ଯ୍ୟାକାରୀ କରିବେ ବିଜେପି ସରକାର ।

ସେହିପରି ଉଭୟ ଆୟୁଷ୍ମାନ ଯୋଜନା ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାର ଗୋଟିଏ କାର୍ଡ ହେବ । ନୂଆ କାର୍ଡ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଯୋଗାଇ ଦେବାକୁ କାର୍ଯ୍ୟ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି ନୂଆ କାର୍ଡ ଦ୍ବାରା ରାଜ୍ୟରେ ଏକ କୋଟି ପରିବାରକୁ ମିଳିବ ମାଗଣା ଚିକିତ୍ସା ସୁବିଧା । ତେବେ ମନ୍ତ୍ରୀ କହିଛନ୍ତି ପୁରୁଣା କାର୍ଡ ରେ ପୂର୍ବରୁ ୯୫୦ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଥିଲା ବର୍ତ୍ତମାନ ନୂଆ କାର୍ଡ ଲଞ୍ଚ ହେବା ପରେ ୨୭ ହଜାର ହସ୍ପିଟାଲରେ ଲୋକଙ୍କୁ ଚିକିତ୍ସା ସୁବିଧା ମିଳିବ । 

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ବିଜେଡି ନିର୍ବାଚନରେ ମୁଖ୍ୟ ଆୟୁଧ  କରି ଆୟୁଷ୍ମାନକୁ ଗ୍ରହଣ କରୁନଥିଲା । କିନ୍ତୁ ବାସ୍ତବତା କହୁଥିଲା ଭାରତ ସରକାରଙ୍କର ଏନଏଚଏମ୍ ସମେତ ସମସ୍ତ ଯୋଜନାକୁ ଗୋଟିଏ ଛତା ତଳେ ଆଣି ସଂଖ୍ୟାର ମିଛ ଗଣିତରେ ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ଯୋଜନା କରିଥିଲା ବିଜେଡି । ଏହାର ଅର୍ଥ ହେଉଛି ଯଦି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନ ଥାନ୍ତା ତାହା ପରେ ବି ସାଢେ 3 କୋଟି ଲୋକ ମଧ୍ୟରୁ ଅଳ୍ପ କିଛି ଜଟିଳ ରୋଗୀଙ୍କୁ ଛାଡି ସିଂହ ଭାଗ ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳି ପାରିଥାନ୍ତା । ଏପରିକି ବିଜୁ ସ୍ବାସ୍ଥ୍ୟ କଲ୍ୟାଣକୁ ଭଲ କହି ଆୟୁଷ୍ମାନ କୁ ଗ୍ରହଣ ନ କରିବା ଦ୍ବାରା ବାହାରେ ଦାଦନ ଖଟୁଥିବା ଅନେକ ଓ଼ଡିଆ ଲୋକ ଚିକିତ୍ସା ସୁବିଧାରୁ ବଞ୍ଚିତ ହେଉଥିଲେ... କିନ୍ତୁ ବର୍ତ୍ତମାନ  ଦେଶର ୨୭ ହଜାର ହସ୍ପିଟାଲରେ ଓଡିଆ ଲୋକଙ୍କୁ ମିଳିବ ମାଗଣା ଚିକିତ୍ସା ସୁବିଧା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: