Videos
|
Odisha

ପଦାରେ ପଡିଲା ରାଜ୍ୟ ସରକାରଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା ନାଁରେ ମିଛ ପ୍ରଚାର

Banajyotshna Ray
Browse all articles by Banajyotshna Ray
·2 years ago
ପଦାରେ ପଡିଲା ରାଜ୍ୟ ସରକାରଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା ନାଁରେ ମିଛ ପ୍ରଚାର

ଅର୍ଗସ ବ୍ୟୁରୋ: ପୁଣି ପଦାରେ ପଡିଲା ରାଜ୍ୟ ସରକାରଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା ନାଁରେ ମିଛ ପ୍ରଚାର । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଭଣ୍ଡା ପଂଚାୟତରେ ଧରାପଡିଛି ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ମିଥ୍ୟା ପ୍ରଚାର । ପଞ୍ଚାୟତର ଚିତ୍ରମଣି ମହାରଣା ନାମକ ମହିଳା ସଂପୂର୍ଣ୍ଣ ସୁସ୍ଥ ଥିବାବେଳେ, BSKY କାର୍ଡରେ ହାର୍ଟ ପ୍ରତିରୋପଣରେ ୫ଲକ୍ଷ ଟଙ୍କାର ଦେୟମୁକ୍ତ ଚିକିତ୍ସା ସୁବିଧା ପାଇଥିବା ଦର୍ଶାଯାଇଛି ।

ସବୁଠୁ ବଡ଼ କଥା ହେଲା, ବିଜ୍ଞାପନରେ ଚିତ୍ରମଣି ମହାରଣାଙ୍କ ଫଟୋ ଲାଗିଥିଲାବେଳେ ତାଙ୍କ ନାଁ ଯାଇମଣି ମହାରଣା ଛପାଯାଇଛି । ତେବେ ଏଭଳି ମିଛ ପ୍ରଚାରକୁ ନେଇ ଚିତ୍ରମଣିଙ୍କ ପରିବାର ଉଦବେଗ ପ୍ରକାଶ କରିବା ସହ ମାନାହାନି ମାମଲା କରିବେ ବୋଲି କହିଛନ୍ତି । ସେପଟେ ଶୀଘ୍ର ସଂଶୋଧନ ହେବା ନେଇ ସଫେଇ ଦେଇଛନ୍ତି ଚମ୍ପୁଆ ବିଡିଓ ରାଜା ରଞ୍ଜିତ ପ୍ରତାପ ବଳ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The state government's false propaganda in the name of ama Odisha Naveen Odisha programme | Argus News