Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟ ସରକାରଙ୍କ ପ୍ରାଥମିକତା ନୁହେଁ ଶ୍ରୀମନ୍ଦିର

Manini Pattanayak
Browse all articles by Manini Pattanayak
·2 years ago·2 min read
ରାଜ୍ୟ ସରକାରଙ୍କ ପ୍ରାଥମିକତା ନୁହେଁ ଶ୍ରୀମନ୍ଦିର

 ପୁରୀ: ପୁରୀ ଶ୍ରୀମନ୍ଦିର ପାଇଁ ଜଣେ 24 ଘଣ୍ଟିଆ ସ୍ଥାୟୀ ପ୍ରଶାସକ ରହିବା ଆବଶ୍ୟକ। ଏ ନେଇ ସୁପ୍ରିମକୋର୍ଟ ଦେଇଥିଲେ ନିର୍ଦ୍ଦେଶ । ଦୀର୍ଘ ଦାବି ପରେ ଶ୍ରୀମନ୍ଦିରରେ ନିଯୁକ୍ତ ହୋଇଥିଲେ ସ୍ଥାୟୀ ମୁଖ୍ୟ ପ୍ରଶାସକ। କିନ୍ତୁ ଏବେ 10 ମାସ ପରେ ପୁଣି ଅସ୍ଥିରତା। ମୁଖ୍ୟ ପ୍ରଶାସକ ପଦରୁ ରଞ୍ଜନ ଦାସଙ୍କୁ ହଟାଇ ବୀର ବିକ୍ରମ ଯାଦଵଙ୍କୁ ଦିଆଯାଇଛି ଅତିରିକ୍ତ ଦାୟିତ୍ବ। ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜଗନ୍ନାଥପ୍ରେମୀ। ଅଭିଯୋଗ କରିଛନ୍ତି ରାଜ୍ୟ ସରକାରଙ୍କ ପ୍ରାଥମିକତା ନୁହେଁ ଶ୍ରୀମନ୍ଦିର। ଯାହା ଫଳରେ ସୁପ୍ରିମକୋର୍ଟଙ୍କ ପରାମର୍ଶର ବି ଖିଲାପ କରୁଛନ୍ତି।  ପୂର୍ତ୍ତ ସଚିବ ବୀର ବିକ୍ରମ ଯାଦବଙ୍କୁ ପୁଣି ଶ୍ରୀମନ୍ଦିର ମୁଖ୍ୟ ଭାବେ ରାଜ୍ୟ ସରକାରଙ୍କ ନିଯୁକ୍ତିକୁ ନେଇ ଦେଖାଦେଇଛି ବିବାଦ। ଶ୍ରୀମନ୍ଦିର ସଂସ୍କାର ମାମଲାରେ 2019ରେ ସୁପ୍ରିମକୋର୍ଟ ଦେଇଥିବା 22ଟି ଅନ୍ତରୀଣ ନିର୍ଦ୍ଦେଶ ମଧ୍ୟରୁ ପ୍ରମୁଖ ଥିଲା ଶ୍ରୀମନ୍ଦିର ପାଇଁ 24 ଘଣ୍ଟିଆ ସ୍ଥାୟୀ ପ୍ରଶାସକ ନିଯୁକ୍ତି। ଏହାକୁ ପାଳନ କରିବାକୁ ରାଜ୍ୟ ସରକାଙ୍କୁ 4 ବର୍ଷ ଲାଗିଗଲା। ଶେଷରେ 2023ରେ ରଞ୍ଜନ ଦାସଙ୍କୁ ଶ୍ରୀମନ୍ଦିର ସ୍ଥାୟୀ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଥିଲେ ସରକାର। ହେଲେ 10 ମାସ ପରେ ତାଙ୍କୁ ସେହି ଦାୟିତ୍ବରୁ ହଟାଇ କେନ୍ଦ୍ରାଞ୍ଚଳ ଆରଡିସି ଭାବେ ନିଯୁକ୍ତି ଦେଇଥିଲେ ବିଜେଡି ସରକାର। ଏବେ ବୀର ବିକ୍ରମଙ୍କୁ ପୁଣି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେବା ଦର୍ଶାଉଛି ଯେ ବିଜେଡି ସରକାରଙ୍କ ପ୍ରାଥମିକତାରେ ନାହିଁ ଶ୍ରୀମନ୍ଦିର। ଏପରି କି ରାଜ୍ୟ ସରକାରଙ୍କର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବି ଖାତିର ନାହିଁ ।

ରାଜ୍ୟ ସରକାର ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ କରିଥିବା ବେଳେ ଶ୍ରୀମନ୍ଦିର ପରିଚାଳନା କମିଟିର ନୀରବତା ନେଇ ଉଠିଛି ପ୍ରଶ୍ନ। ଦୁଇ ଦୁଇଟି ଦାୟିତ୍ବରେ ରହି ସେ ଚଳିତ ବର୍ଷ କିଭଳି ରଥଯାତ୍ରା ପରିଚାଳନା କରିବେ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ଦଇତାପତି ସେବାୟତ। ଶ୍ରୀମନ୍ଦିରକୁ ନେଇ ବାରମ୍ବାର ବିବାଦୀୟ ହୋଇଛନ୍ତି ରାଜ୍ୟ ସରକାର। ବିଜେଡି ସରାକରଙ୍କ ଭୂମିକା ଯୋଗୁଁ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବନା ବହୁ ବାର ଆଘାତ ପାଇଛି। ନବକଳେବର ସମୟରେ ବ୍ରହ୍ମ ବିଭ୍ରାଟକୁ ନେଇ ରାଜ୍ୟ ସରକାରଙ୍କ ଭୂମିକା ବିବାଦୀୟ ହୋଇଥିଲା। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପୂର୍ବରୁ ଅର୍ପଣ ରଥ ନାଁରେ ମହାପ୍ରଭୁଙ୍କୁ ଅଟୋ ଡାଲାରେ ବସାଇ ଗୁଆ ଚାଉଳ ସଂଗ୍ରହ କରି ନିନ୍ଦିତ ଓ ସମାଲୋଚିତ ହୋଇଥିଲେ ବିଜେଡି ସରକାର।

ଏହା ବ୍ୟତୀତ ଚାରି ଦ୍ବାର ଖୋଲା ହେଉ କିମ୍ବା ରତ୍ନ ଗଣତି ପ୍ରସଙ୍ଗ ସବୁଥିରେ ବିବାଦ ଘେରରେ ନବୀନ ସରକାର। ନୟମିତ ବ୍ୟବଧାନରେ ଭିତର ରତ୍ନ ଭଣ୍ଡାର ଖୋଲାଯାଇ ଗଣତି ମଣତି କରାଯିବାର ନିୟମ ଥିଲେ ବି 45 ବର୍ଷ ଧରି ଏହା କରାଯାଇନାହିଁ। ଗତ 23 ବର୍ଷ ଧରି ଶାସନରେ ଥିଲେ ମଧ୍ୟ ବିଜେଡି ସରକାର ବିଭିନ୍ନ ବାହାନା ଦେଖାଇ ରତ୍ନ ଗଣତି ପ୍ରସଙ୍ଗକୁ ଏଡ଼ାଇ ଚାଲିଛନ୍ତି। ଏପରିକି ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଚାବି ହଜିବା ବାହାନା କରି ରତ୍ନ ଭଣ୍ଡାର ଖୋଲି ନାହାନ୍ତି ରାଜ୍ୟ ସରକାର। ଏବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତି ଶ୍ରୀମନ୍ଦିର ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତି ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ପୁଣି ଉଜାଗର କରିଛି।  
ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The state government's priority is not the puri temple | Argus News