Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଫେଲମାରିଲା ରାଜ୍ୟ ସରକାରଙ୍କ ଜିରୋ ଡ୍ରପ୍ ଆଉଟ ମିଶନ୍

Odisha

ଫେଲମାରିଲା ରାଜ୍ୟ ସରକାରଙ୍କ ଜିରୋ ଡ୍ରପ୍ ଆଉଟ ମିଶନ୍

Manini Pattanayak
Browse all articles by Manini Pattanayak
·2 years ago·2 min read
ଫେଲମାରିଲା ରାଜ୍ୟ ସରକାରଙ୍କ ଜିରୋ ଡ୍ରପ୍ ଆଉଟ ମିଶନ୍

ଭୁବନେଶ୍ୱର: ଫେଲ୍ ମାରିଛି ରାଜ୍ୟ ସରକାରଙ୍କ ଜିରୋ ଡ୍ରପ୍ ଆଉଟ ମିଶନ୍ । ମାଟ୍ରିକ୍ ପାଇଁ ଫର୍ମ ଫିଲଅପ୍ କରି ବି ପରୀକ୍ଷାବେଳେ ଅନୁପସ୍ଥିତ ଅଛନ୍ତି ହଜାର ହଜାର ପରୀକ୍ଷାର୍ଥୀ । ଆର୍ଥିକ ଅଭାବରୁ ପରୀକ୍ଷା ନଦେଇ ବାହାରେ ଦାଦନ ଖଟୁଛନ୍ତି ଏହି ପିଲା । ବାଲେଶ୍ବରରୁ ଢେଙ୍କାନାଳ ସବୁଠି ମାଳମାଳ ଡ୍ରପଆଉଟକୁ ନେଇ ଉଠିଛି ପ୍ରଶ୍ନ । ପୂର୍ବରୁ ଏନେଇ ଉଦବେଗ ପ୍ରକାଶ କରିଥିଲେ ରାଜ୍ୟପାଳ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଜଳେଶ୍ଵରର ପୃଥୀରାଜ ବେରା ଯଦୁନାଥ ସୀମାନ୍ତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର। ଏଥର ମାଟ୍ରିକ୍ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିଲେ। ଦୁଇ ଦିନ ହେଲା ପରୀକ୍ଷା ଆରମ୍ଭ ହେଲାଣି। କିନ୍ତୁ ପୃଥ୍ବୀରାଜ ପରୀକ୍ଷା ନଦେଇ ଏବେ ଚେନ୍ନାଇରେ ଖଟୁଛନ୍ତି ଦାଦାନ। ସେହିପରି ଜଗନ୍ନାଥ ହାଇସ୍କୁଲର ଛାତ୍ର ଗଣେଶ ସେଠୀ ମଧ୍ୟ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ। କିନ୍ତୁ ଘରର ଆର୍ଥିକ ସମସ୍ୟା ଯୋଗୁଁ ଦୁଇ ମାସତଳେ ବାଦ୍ୟହୋଇ ଦାଦାନ ଖଟିବାକୁ ଗୁଜରାଟ ଯାଇଥିଲେ। ଆଉ ପାଠପଢାରେ ଲାଗିଥିଲା ଡୋରୀ।  ବାଲେଶ୍ବର ଜିଲ୍ଲାର ଏବର୍ଷ ୩୦,୯୫୫ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ। ହେଲେ ପରୀକ୍ଷା ଦେଉଛନ୍ତି ୩୦, ୧୨୪ ଜଣ। ୮୩୧ ଜଣ ଅନୁପସ୍ଥିତ। ମଧ୍ୟମାରେ ବି ୮୦୬ ଛାତ୍ରଛାତ୍ରୀଙ୍କ ଭିତରୁ ୬୬୩ ଜଣ ପରୀକ୍ଷା ଦେଉଛନ୍ତି। ୧୪୩ ପରୀକ୍ଷାର୍ଥୀ ଅନୁପସ୍ଥିତ। ଏସଓଏସି ସ୍କୁଲରେ ୩୫୦ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ୨୮୭ ଜଣ ପରୀକ୍ଷା ଦେଇଥିବା ବେଳେ ୬୩ ଜଣ ପରୀକ୍ଷା ଦେଇନାହାନ୍ତି। ଏତେ ପରୀକ୍ଷାର୍ଥୀଙ୍କ ଡ୍ରପ ଆଉଟ୍ ପଛରେ ବାଲ୍ୟ ବିହାହ ଓ ଦାଦନ ମୁଖ୍ୟ ସମସ୍ୟା ବୋଲି ନିଜେ ଶିକ୍ଷକ ସ୍ବୀକାର କରିଛନ୍ତି। ତେବେ ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀଙ୍କ ତର୍କ ଅଲଗା। 

ପଡ଼ୋଶୀ ମୟୂରଭଞ୍ଜ ଜିଲ୍ଲାର ବି ସମାନ ସ୍ଥିତି। ଏଠାରେ ୩୨ ହଜାର ୧୭୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଅନୁପସ୍ଥିତ ଅଛନ୍ତି ୧ହଜାର ୪୮ ଜଣ। ସେହିପରି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରେ ୧୭୭୭ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି |୧୮ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଅଛନ୍ତି। ଦଶମ ଶ୍ରେଣୀରେ ପାଠ ଛାଡ଼ିବା କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ। ବିଶ୍ବସ୍ତରୀୟ ବ୍ୟବସ୍ଥାର ଏ ହେଉଛି ବିକଳ ଚିତ୍ର । ନଜର ପକାନ୍ତୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଲୋକସଭାରେ ରଖାଯାଇଥିବା ଏହି ରିପୋର୍ଟ ଉପରେ । ୨୦୧୮-୧୯ରେ ୧୨.୮ ପ୍ରତିଶତ ପିଲା ପାଠ ଛାଡ଼ିଥିଲେ, ସେହିପରି ୨୦୧୯-୨୦ରେ ୩୮.୩୫ ପ୍ରତିଶତ, ୨୦୨୦-୨୧ରେ ୩୯.୪ ପ୍ରତିଶତ ଏବଂ ୨୦୨୧-୨୨ରେ ୪୯.୯ ପ୍ରତିଶତ ପିଲା ଦଶମ ଶ୍ରେଣୀରେ ପାଠ ପଢ଼ା ଛାଡ଼ିଛନ୍ତି । ଅର୍ଥାତ୍ ନବମରେ ଯେତିକି ପିଲା ପଢ଼ୁଛନ୍ତି ଦଶମକୁ ଗଲା ବେଳକୁ ପାଖପାଖି ଅଧା ପିଲା ପାଠ ଛାଡ଼ୁଛନ୍ତି । ଏହା ହିଁ ରାଜ୍ୟର ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ଯାହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ରାଜ୍ୟପାଳ। ସାରା ରାଜ୍ୟରେ ଡ୍ରପ ଆଉଟ୍ କୁ ନେଇ ଉଦବେଗଜନକ ସ୍ଥିତି କିନ୍ତୁ ରାଜ୍ୟ ସରକାର ରୂପାନ୍ତରଣରେ ମାତିଛନ୍ତି।  ଶିକ୍ଷା ବିକାଶର ସ୍ବପ୍ନ ଦେଖଉଥିବା ବିଜେଡି ସରକାର ଭାବୁଛନ୍ତି କି ସ୍କୁଲ କୋଠାରେ ରଙ୍ଗ ବୋଳିଦେଲେ ବଦଳିଯିବ ରାଜ୍ୟରେ ଶିକ୍ଷାର ସ୍ଥିତି ? 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The state government's zero drop out mission has failed | Argus News