Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଧାମରାରେ ଅନୁଷ୍ଠିତ “ବୋଇତ ବନ୍ଦାଣ” ଉତ୍ସବରେ ଯୋଗ ଦେଲେ ରାଜ୍ୟ ସଭାପତି

Odisha

ଧାମରାରେ ଅନୁଷ୍ଠିତ “ବୋଇତ ବନ୍ଦାଣ” ଉତ୍ସବରେ ଯୋଗ ଦେଲେ ରାଜ୍ୟ ସଭାପତି

Ritu Das
Browse all articles by Ritu Das
·2 years ago·1 min read
ଧାମରାରେ  ଅନୁଷ୍ଠିତ “ବୋଇତ ବନ୍ଦାଣ” ଉତ୍ସବରେ ଯୋଗ ଦେଲେ ରାଜ୍ୟ ସଭାପତି

ଅର୍ଗସ ବ୍ୟୁରୋ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଗାଁରୁ ସହର ସବୁଠି ଚଳଚଞ୍ଚଳ। ଏହି କାର୍ତ୍ତିକ ମାସରେ ସବୁ ନଦୀ ପାଲଟି ଯାଆନ୍ତି ଗଙ୍ଗା । କାର୍ତ୍ତିକ ପୂର୍ଣ୍ଣିମାରେ ଅନୁଷ୍ଠିତ ବୋଇତ ବନ୍ଦାଣ ଉତ୍ସବ ପ୍ରାଚୀନ ଉତ୍କଳ ତଥା କଳିଙ୍ଗର ସାଧବ ପୁଅମାନଙ୍କର ବାଣିଜ୍ୟ ସାମର୍ଥ୍ୟର ଜୟଗାନ କରେ । ଐତିହ୍ୟ, ପରମ୍ପରା, ସଂସ୍କୃତିକୁ ନେଇ ପ୍ରାଚୀନ ଉତ୍କଳର ଓଡିଆ ସାଧବ ପୁଅମାନେ ଏହି ସମୟରେ ସୁଦୂର ବାଲି, ଜାଭା, ବୋର୍ଣ୍ଣିଓ ଦ୍ୱୀପପୁଞ୍ଜକୁ ବଣିଜ ବେପାର କରିବାକୁ ଯାଉଥିଲେ । ଶିକ୍ଷା, ଦୀକ୍ଷା, ସଂସ୍କୃତି, ପରମ୍ପରା, କାରିଗରୀ, ବୈଜ୍ଞାନିକ ବ୍ୟବସ୍ଥାକୁ ଓଡ଼ିଶାର ସାଧବପୁଅମାନେ ସବୁ ଜାଗାରେ ପଂହଚାଉଥିଲେ ଫଳରେ ସାରା ବିଶ୍ୱ ଆମ ଦ୍ୱାରା ଆଲୋକିତ ହେଉଥିଲା । ସେ ସମୟରେ ଉତ୍କଳରେ ଶିକ୍ଷାର ମାନ ଯଥେଷ୍ଟ ଉଚ୍ଚକୋଟିର ଥିଲା । ଓଡ଼ିଶାର ସାଧବ ପୁଅଙ୍କ ଗାଥା ଆଜିର ଯୁବପିଢ଼ୀଙ୍କୁ ପ୍ରେରଣା ଯୋଗାଉଛି । ‘ବୈଭବଶାଳୀ ଓଡିଶାର ପୁନଃନିର୍ମାଣ’  ହେଉଛି ଓଡିଆଜାତି ପାଇଁ ସବୁଠୁ ବଡ ଆହ୍ୱାନ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

 ଏବେ ସଂସ୍କୃତି ସ୍ୱରୂପ ଲୋକେ କଦଳୀ ପଟୁଆ ତିଆରି ଡଙ୍ଗାରେ ଦୀପ ଜାଳି, ପାନଗୁଆ ଥୋଇ ନଦୀ ବା ପୁଷ୍କରିଣୀରେ ଭସାଇ ଥାଆନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ ଭଦ୍ରକ ଜିଲ୍ଲା ଧାମରେଇ ପୀଠରେ ଅନୁଷ୍ଠିତ ୭ତମ “ବୋଇତ ବନ୍ଦାଣ” ଉତ୍ସବରେ ଯୋଗ ଦେଇ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ଅଭିମନ୍ୟୁ ସେଠୀ, ଜିଲ୍ଲା ସଭାପତି ହେମନ୍ତ କୁମାର ପାଢ଼ୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପିଙ୍କି ପ୍ରଧାନ, ବରିଷ୍ଠ ନେତା କାହ୍ନୁଚରଣ ବେହେରା, ଜିନା ସାମଲ ପ୍ରମୁଖ ଉପସ୍ଥିତ ଥିଲେ। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The state president | Argus News