Videos
|
Odisha

ମହାପ୍ରଭୁଙ୍କ ଭୋଗ ଲାଗିବା ଯୋଗ୍ୟ ହୋଇନାହିଁ ଗଚ୍ଛିତ ଅର୍ପଣ ଚାଉଳ 

Manini Pattanayak
Browse all articles by Manini Pattanayak
·2 years ago·1 min read
ମହାପ୍ରଭୁଙ୍କ ଭୋଗ ଲାଗିବା ଯୋଗ୍ୟ ହୋଇନାହିଁ ଗଚ୍ଛିତ ଅର୍ପଣ ଚାଉଳ 

ପୁରୀ:  ଭକ୍ତଙ୍କ ଭାବାବେଗ ସହ ସାଂଘାତିକ ଖେଳ । ଅଟୋରେ ମହାପ୍ରଭୁଙ୍କୁ ପଛରେ ବୁଲାଇ ସଂଗ୍ରହ ହୋଇଥିବା ୧୦ ହଜାର କୁଇଣ୍ଟାଲରୁ ଅଧିକ ଚାଉଳରେ ଲାଗିଲାଣି ପୋକ । ମହାପ୍ରଭୁଙ୍କ ଭୋଗ ଲାଗିବା ଯୋଗ୍ୟ ହୋଇନାହିଁ ଗଚ୍ଛିତ ଅର୍ପଣ ଚାଉଳ । ମୁଖ୍ୟ ପ୍ରଶାସକଙ୍କୁ ଭେଟି ଲୋକଙ୍କୁ ଚାଉଳ ବାଣ୍ଟିଦେବା ପାଇଁ ଆଲୋଚନା କରିଛି ସୁଆର ମହାସୁଆର ନିଯୋଗ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ଅର୍ପଣ ଚାଉଳ ନାଁରେ ଦୁଆର ଦୁଆର ବୁଲି ଚାଉଳ ଆଣିଥିଲେ ରାଜ୍ୟ ସରକାର । ମହାପ୍ରଭୁଙ୍କ କାମରେ ଲାଗିବ କହି ତାକୁ ଏଠି ସେଠି ପକାଇ ରଖିଥିଲେ ।

ବିଭିନ୍ନ ଆଡୁ ବିରୋଧ ପରେ ତାକୁ ଶ୍ରୀମନ୍ଦିର ପ୍ରଶାସନ ନିଜ ଦାୟିତ୍ଵକୁ ଆଣିବା ସହ ଭକ୍ତଙ୍କୁ ଖେଚୁଡ଼ି କରି ବାଣ୍ଟିବା ପାଇଁ ଦାୟିତ୍ଵ ନେଇଥିଲା ସୁଆର ମହାସୁଆର ନିଯୋଗ । ବାରମିଶା ଚାଉଳ ଯୋଗୁଁ ସେତେବେଳେ ଦେଖାଦେଇଥିଲା ବିବାଦ । 4 ମାସରେ ମାତ୍ର ଅଢେଇ ହଜାର କୁଇଣ୍ଟାଲ୍ ଖର୍ଚ୍ଚ ହୋଇଥିବାବେଳେ ବାକିଥିବା ୧୦ ହଜାରରୁ ଉର୍ଦ୍ଧ୍ବ କୁଇଣ୍ଟଲ୍ ଚାଉଳ ଏବେ ସମ୍ପୁର୍ଣ୍ଣ ନଷ୍ଟ ହେବା ଆଶଙ୍କା କରିଛି ନିଯୋଗ । ଏଠି ପ୍ରଶ୍ନ- ପଞ୍ଚାୟତ ପିଛା ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି କାହିଁକି ଚାଉଳ ସଂଗ୍ରହ କରିଥିଲା ତତ୍କାଳୀନ ବିଜେଡି ସରକାର । ଭକ୍ତଙ୍କ ଭାବାବେଗ ସହ ଖେଳ ଖେଳିବାକୁ କିଏ ଦେଲା ଅଧିକାର ? । ଅର୍ପଣ ଚାଉଳ ଥିଲା କି ବିଜେଡି ସରକାରର ରାଜନୈତିକ ଛୋଟ ଉଦ୍ଦେଶ୍ୟ ? 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The stored offering of rice is not worthy of the Lord's pleasure | Argus News