Videos
|
Odisha

ବସୁଧା ପ୍ରକଳ୍ପ ଦେଖାଇଲା ଆଶା, ହେଲେ ଶୋଷ ମେଣ୍ଟାଉଛି ଝରଣା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବସୁଧା ପ୍ରକଳ୍ପ ଦେଖାଇଲା ଆଶା, ହେଲେ ଶୋଷ ମେଣ୍ଟାଉଛି ଝରଣା

ଅର୍ଗସ ବ୍ୟୁରୋ:  ଦୁର୍ଗମରେ ବସୁଧା ଭେଳିକି । ପ୍ରକଳ୍ପ ହେଇଛି ହେଲେ ମିଳୁନି ପାଣି । ଗଜପତି ଜିଲ୍ଲା ସମ୍ବଲପୁର ଗ୍ରାମ ପଞ୍ଚାୟତର ଗୋଠା ଗାଁ । ଗାଁରେ ବସୁଧା ଯୋଜନାରେ ପ୍ରକଳ୍ପ ହୋଇଛି । ଘରକୁ ଘର ଷ୍ଟାଣ୍ଡପୋଷ୍ଟ ଲାଗିଛି ହେଲେ ଆସୁନି ପାଣି। ନିର୍ମାଣର ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ମିଳି ପାରିନାହିଁ ବୁନ୍ଦାଏ ପାଣି । ଏପଟେ ନିମ୍ନମାନର କାମ ପାଇଁ ପ୍ରକଳ୍ପ ଅନେକ ସ୍ଥାନରୁ ଭାଙ୍ଗି ଗଲାଣି। ବସୁଧା ଯୋଜନାରେ ଏଠାରେ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କେଉଁଠାରେ ବି ଯୋଜନାର ଫଳକ ଲାଗି ନଥିବା ଅଭିଯୋଗ ହୋଇଛି।

ଗୋଠା ଗାଁରେ ପ୍ରାୟ ୫୦ ପରିବାର ରହୁଥିବା ବେଳେ ପାଣି ପାଇଁ ସେଭଳି କିଛି ସୁବିଧା ନାହିଁ। ଫଳରେ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ପକଳ୍ପ ଥାଇ ମଧ୍ୟ ପାହାଡ ଝରଣାରୁ ଏକ ପାଇପ ସଂଯୋଗ କରି ନିଜ ଉଦ୍ୟମ ରେ ଶୋଷ ମେଣ୍ଟାଉଛନ୍ତି ଗ୍ରାମବାସୀ ।  ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମନମୁଖି କାର୍ଯ୍ୟ କଳାପ ପାଇଁ ନିରିହ ଜନତା ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ । ଦୁର୍ଗମ ଆଦିବାସୀ ଅଞ୍ଚଳରେ ପାଣି ସମସ୍ୟା ଦୂର କରିବା ଲାଗି ସରକାର ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ କିଛି ଅସାଧୁ ଠିକାଦାର ଓ ଯନ୍ତ୍ରୀଙ୍କ ଲାଗି ଏହି ଯୋଜନା ସ ବୁରୁ ବଞ୍ଚିତ ହେଉଛନ୍ତି ନିରୀହ ଆଦିବାସୀ ମାନେ ।   ବିଜେଡି ସରକାରରେ ଅସାଧୁ ଠିକାଦାର ଓ ଯନ୍ତ୍ରୀଙ୍କୁ ସୁରକ୍ଷା ଦେଇ ଆସୁଥିଲେ ରାଜ୍ୟ ସରକାର । କିନ୍ତୁ ମୋହନ ସରକାରରେ ଅସାଧୁ ଠିକାଦାର ଓ ଯନ୍ତ୍ରୀଙ୍କ ମନମାନି ଚଳିବ ନାହିଁ । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡବଲ ଇଞ୍ଜିନ ସରକାର ଉପରେ ବିଶ୍ବାସ ବାନ୍ଧିଛନ୍ତି ଗୋଠା ଗ୍ରାମବାସୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The stream is quenching the thirst | Argus News