Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅକାଳରେ ଗଲା ଦଶମ ଶ୍ରେଣୀ ଛାତ୍ରୀର ଜୀବନ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଅକାଳରେ ଗଲା ଦଶମ ଶ୍ରେଣୀ ଛାତ୍ରୀର ଜୀବନ

ଜଗତସିଂହପୁର : ମୃତ୍ୟୁ ଏମିତି ବି ଆସେ । ସକାଳୁ ସକାଳୁ ପୋଖରୀକୁ ଲୁଗା ସଫା କରିବା ପାଇଁ ଯାଇଥିଲେ ସନ୍ଧ୍ୟାରାଣୀ । ହେଲେ ଜାଣିନଥିଲେ ମୃତ୍ୟୁ ତାଙ୍କୁ ଛକିକି ଵସିଛି । ଗୋଡ ଖସିଯିବାରୁ ପାଣିରେ ବୁଡି ଅକାଳରେ ଝଡିପଡିଲା କୋମଳମତି ସନ୍ଧ୍ୟା । ଜଗତସିଂହପୁର ଜିଲ୍ଲା  ସଦର ବ୍ଲକ ତତଙ୍ଗ ଗ୍ରାମର ସମ୍ବୁନାଥ ଭୋଇଙ୍କ ଏକ ମାତ୍ର ଝିଅ ସନ୍ଧ୍ଯାରାଣୀ ଭୋଇ ପୋଖରୀରେ ବୁଡି ମୃତ୍ୟ ହୋଇଥିବା ଜଣାପଡିଛି।

ଅଧିକ ପଢନ୍ତୁ : ବରଯାତ୍ରୀ ଗାଡ଼ି ଓଲଟି ୩ ମୃତ

ଆଜି ତାଙ୍କ ସମ୍ପକୀୟ ଆଈ ମା ଙ୍କ ସୁଧିକ୍ରିୟା ପାଇଁ ପୋଖରୀକୁ କପଡା ଗୁଡିକୁ ନେଇ ସଫା କରିବା ପାଇଁ ଯାଇଥିବା ଵେଳେ ଏଭଳି ଦୁଃଖଦ ଅଘଟଣ ଘଟିଛି । ନିକଟରେ ସେ ୧୦ ଶ୍ରେଣୀ ବୋର୍ଡ ପରୀକ୍ଷା  ଦେଇଥିଲେ । ବାପା ଶମ୍ଭୁନାଥ ଗାଡି ଚଳାଇ ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The student's life was drowned in the water due to the fall of the leg | Argus News