Videos
|
Odisha

ଶିକ୍ଷକ ଦାବିରେ ସ୍କୁଲରେ ତାଲା ପକାଇ ପ୍ରତିବାଦ କଲେ ଛାତ୍ରଛାତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago
ଶିକ୍ଷକ ଦାବିରେ ସ୍କୁଲରେ ତାଲା ପକାଇ ପ୍ରତିବାଦ କଲେ ଛାତ୍ରଛାତ୍ରୀ

ବଲାଙ୍ଗୀର : ବିଦ୍ୟାଳୟରେ ଶିକ୍ଷକ ନଥିବାରୁ ସ୍କୁଲରେ ତାଲା ପକାଇ ପ୍ରତିବାଦ। ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଚିକଲବାହାଲ ଗାଁରେ। ଗାଁରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଅଛି। ପିଲାଙ୍କୁ ପାଠ ପଢାଇବା ପାଇଁ ଆବଶ୍ୟକ ଶିକ୍ଷକ ନାହାନ୍ତି। ଏହି ପ୍ରତିବାଦରେ ଗତକାଲି ରାତିରେ ସ୍କୁଲର ତାଲା ଭାଙ୍ଗି ଗୋଟିଏ ନୂଆ ତାଲା ପକାଇ ଦେଇଛନ୍ତି ଛାତ୍ରଛାତ୍ରୀ। ଏବଂ ପାଖରେ ଏକ ଚିଠି ପକାଇ ଦେଇଛନ୍ତି।

ଅଧିକ ପଢନ୍ତୁ : ମିଛ ହେଲା ପ୍ରତିଶ୍ରୁତି : ସ୍କୁଲ ନୁହେଁ ଦାଦନ ଯାଉଛନ୍ତି ଦଶମ ପିଲା

ଚିଠିରେ ଉଲ୍ଲେଖ ଅଛି ଶିକ୍ଷକ ଦାବିରେ ବାରମ୍ବାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଲୁ। ଶିକ୍ଷକ ପଦବୀ ପୂରଣ ପରିବର୍ତ୍ତେ ଏଠାରୁ ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେସନରେ ପଠାଇଲେ। ଯାହାର ପ୍ରତିବାଦରେ କରି ଛାତ୍ରଛାତ୍ରୀ ସ୍କୁଲ ସମ୍ମୁଖରେ ଧାରଣାରେ ବସିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

The students protested by locking the school on the demand of the teacher | Argus News