Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମଧ୍ୟାହ୍ନ ଭୋଜନ ଗାଡି ନଆସିବାରୁ ଉପାସ ରହିଲେ ଛାତ୍ରଛାତ୍ରୀ

Odisha

ମଧ୍ୟାହ୍ନ ଭୋଜନ ଗାଡି ନଆସିବାରୁ ଉପାସ ରହିଲେ ଛାତ୍ରଛାତ୍ରୀ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ମଧ୍ୟାହ୍ନ ଭୋଜନ ଗାଡି ନଆସିବାରୁ ଉପାସ ରହିଲେ ଛାତ୍ରଛାତ୍ରୀ

ଭଦ୍ରକ : ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଗାଡି ନଆସିବାରୁ ଉପାସ ରହିଲେ ଛାତ୍ରଛାତ୍ରୀ । ଯାହାକୁ ନେଇ ବିଦ୍ୟାଳୟରେ ଉତ୍ତେଜନା ଦେଖା ଦେଇଥିଲା । ଅଭିଭାବକ, ଛାତ୍ରଛାତ୍ରୀ ବିଦ୍ୟାଳୟ ପରିସରରେ ଦୀର୍ଘ ସମୟ ଧରି ହୋହଲା କରିବା ସହିତ ଧାରଣାରେ ବସିରହିଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଥିଲା ବାସୁଦେବପୁର ପୌରପାଳିକା ର ମନ୍ଦାରି ହରିଜନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ।  ମଧ୍ୟାହ୍ନ ଭୋଜନ ଯୋଗାଉଥିବା ଗାଡି ଆଜି ବିଦ୍ୟାଳୟକୁ ଆସିନଥିଲା । ଫଳରେ ସମସ୍ତ ଛାତ୍ରଛାତ୍ରୀ ଉପାସ ରହିଥିଲେ । ଖବର ପାଇ ଅଭିଭାବକ ମାନେ ପହଂଚିବା ପରେ ବିଦ୍ୟାଳୟରେ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେଇଥିଲା ।

ଅଧିକ ପଢନ୍ତୁ : ଖୋଲା ଆକାଶ ତଳେ ଚାଲିଛି ମଧ୍ୟାହ୍ନ ଭୋଜନ ରନ୍ଧା

ଛାତ୍ରଛାତ୍ରୀ ଉପାସରେ ରହିଥିବାବେଳେ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟକୁ ବନ୍ଦ କରି ପଳାଇ ଯାଇଥିଲେ । ଫଳରେ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଆଗରେ ଧାରଣାରେ ବସି ରହିଥିଲେ । ଖବର ପାଇ ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଅଧିକାରୀ ଓ ସ୍ଥାନୀୟ ପୋଲିସ ପହଂଛି ବୁଝାସୁଝା କରିଥିଲେ । ଅନ୍ୟପଟରେ ତୁରନ୍ତ ଖାଦ୍ୟ ଯୋଗାଉଥିବା ସଂସ୍ଥାକୁ ବନ୍ଦ କରିବା ସହ ଶିକ୍ଷକ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଅଭିଭାବକ ମାନେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
The students were fasting as the mid-day meal did not come | Argus News