Videos
|
Odisha

ଅନେକ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିରେ ସରିଲା ଗ୍ରୀଷ୍ମ ମୁକାବିଲା ବୈଠକ

Ritu Das
Browse all articles by Ritu Das
·2 years ago·1 min read
ଅନେକ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିରେ ସରିଲା ଗ୍ରୀଷ୍ମ ମୁକାବିଲା ବୈଠକ

ଅର୍ଗସ ବ୍ୟୁରୋ: ଅନେକ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିରେ ଗ୍ରୀଷ୍ମ ମୁକାବିଲା ବୈଠକ ସାରିଲା ଜିଲ୍ଲା ପ୍ରଶାସନ। ଆଜି ବୌଦ୍ଧ ଜିଲ୍ଲା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲ୍ଲାସ୍ତରୀୟ ହିଟ ୱେବ ପ୍ରସ୍ତୁତି ଵୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ୱାସ୍ଥ୍ୟ ବିଭାଗ,ବିଦ୍ୟୁତ ବିଭାଗ, ଜରୁରୀକାଳୀନ ବିଭାଗ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଯୋଗ ଦେଇଥିଲେ। 

କିନ୍ତୁ ବୈଠକରେ ଜିଲ୍ଲାର ଅନେକ ଅଧିକାରୀ ଅନୁପସ୍ଥିତ ଥିବାବେଳେ ନାମକୁ ମାତ୍ର ସରକାରଙ୍କ ନିର୍ଦ୍ଦେଶକୁ ମାନି ପ୍ରଶାସନ ବୈଠକ ସମ୍ପାଦନ କରାଯାଇଥିଲା l ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାପାଳ ନିଜେ ଅନୁପସ୍ଥିତ ରହିଥିବା ବେଳେ ପର୍ଯ୍ୟାୟ କ୍ରମେ ବୈଠକରେ ଅନ୍ୟ ଅଧିକାରୀଙ୍କ ସ୍ଥାନ ମଧ୍ୟ ଖାଲି ହୋଇଯାଇଥିଲା । ଖାଲି ଉପସ୍ଥାପନ ପକାଇବା ପାଇଁ ଅଧିକାରୀ ଆସୁଥିଲେ ଓ କିଛି ସମୟପରେ କକ୍ଷ ତ୍ୟାଗ କରି ଚାଲି ଯାଉଥିଲେ ।

ଯାହାଫଳରେ ବୈଠକର ମର୍ଯ୍ୟାଦା ହାନି ହୋଇଥିଲା ବୋଲି ତଳସ୍ତରର ଅଧିକାରୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ଦିନକୁ ଦିନ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବାରୁ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଜଳଛତ୍ର ,ଡାକ୍ତରଖାନା ଗୁଡିକରେ ଶୀତତାପ ନିୟନ୍ତ୍ରିତ ଅଂଶୁଘାତ କୋଠରୀ ପ୍ରସ୍ତୁତ ରଖିବା ସହ ଅନ୍ୟପଟେ ଗ୍ରୀଷ୍ମ ପ୍ରବାହରେ ଅତ୍ୟଧିକ ଗରମ ଓ ଗୁଳୁଗୁଳିକୁ ନେଇ ଜନସାଧାରଣଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଥାଏ କିନ୍ତୁ ବିଦ୍ୟୁତ ବିଭାଗ ଗ୍ରୀଷ୍ମ ପ୍ରବାହରେ ବିଦ୍ୟୁତ ରକ୍ଷଣାବେକ୍ଷଣ ନାମରେ ଘଣ୍ଟା ଘଣ୍ଟା ବିଦ୍ୟୁତ ନ କାଟିବା ଓ ପାୱାର କଟ କମ କରିବା ପାଇଁ ବିଦ୍ୟୁତ ବିଭାଗକୁ କଡା ନିର୍ଦ୍ଦେଶ ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ । ଅନ୍ୟପଟେ ଖରା ବଢ଼ୁଥିବାରୁ ୧୦ଟା ପରେ ବାହାରକୁ ବାହାରିଥିଲେ ହାତରେ ପାଣିବୋଟଲ ,ଗାମୁଛା,କଳା ଚଷମା ନେଇ ବାହାରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନ ସାଧାରଣଙ୍କୁ ନିବେଦନ କରାଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The summer meeting | Argus News