ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେ
·1 year ago

ଅର୍ଗସ ବ୍ୟୁରୋ : ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ରତ୍ନଭଣ୍ଡାରର ନିରୀକ୍ଷଣ ତଥା ବୈଷୟିକ ସର୍ଭେ ଶେଷ ହୋଇଛି । ଆବଶ୍ୟକୀୟ ଅତ୍ଯାଧୁନିକ ବୈଜ୍ଞାନିକ ଉପକରଣ ବ୍ୟବହାର କରାଯାଇ ଏହି ପରୀକ୍ଷଣ ଓ ସର୍ବେକ୍ଷଣ କରାଯାଇଛି । ଦୁଇଦିନ ଧରି ଚାଲିଥିବା ଏହି ସର୍ଭେ ପରେ ଏ.ଏସ.ଆଇର ରିପୋର୍ଟକୁ ଅପେକ୍ଷା କରାଯିବ । ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।
ଅଧିକ ପଢନ୍ତୁ : ରତ୍ନ ଭଣ୍ଡାର ପୂର୍ଣ୍ଣାଙ୍ଗ ମରାମତି ପରେ ହେବ ଗଣତିମଣତି
ଏ.ଏସ.ଆଇର ସର୍ଭେ ପାଇଁ 3 ଦିନ ଲାଗି ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା ଏବଂ ଦର୍ଶନ କଟକଣା ଥିଲା । ତେବେ ଏ.ଏସ.ଆଇର ସର୍ଭେ ସରିଯାଇଥିବାରୁ ଆଜିଠାରୁ ଆଉ କଟକଣା ରହିବ ନାହିଁ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: