Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପଞ୍ଚାୟତ ଉନ୍ନତିକରଣ ପାଇଁ ଜମି ନମିଳିବାରୁ ତହସିଲଦାରଙ୍କ ଗୋଡ଼ ଧରିଲେ ସରପଞ୍ଚ

Odisha

ପଞ୍ଚାୟତ ଉନ୍ନତିକରଣ ପାଇଁ ଜମି ନମିଳିବାରୁ ତହସିଲଦାରଙ୍କ ଗୋଡ଼ ଧରିଲେ ସରପଞ୍ଚ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପଞ୍ଚାୟତ ଉନ୍ନତିକରଣ ପାଇଁ ଜମି ନମିଳିବାରୁ ତହସିଲଦାରଙ୍କ ଗୋଡ଼ ଧରିଲେ ସରପଞ୍ଚ

ଅର୍ଗସ ବ୍ୟୁରୋ: ଅସହାୟ ନିର୍ବାଚିତ ପ୍ରତିନିଧି । ପଞ୍ଚାୟତ ଉନ୍ନତିକରଣ ପାଇଁ ଜମି ନ ମିଳିବାରୁ ତହସିଲଦାରଙ୍କ ଗୋଡ଼ ଧରିଲେ ସରପଞ୍ଚ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ତହସିଲ କାର୍ଯ୍ୟାଳୟରେ । ବଞ୍ଚୋ ପଞ୍ଚାୟତର ଉନ୍ନୟନ କାର୍ଯ୍ୟରେ ତହସିଲ କର୍ତ୍ତୃପକ୍ଷ ବାଧକ ସାଜୁଥିବାରୁ ତହସିଲଦାରଙ୍କ ଗୋଡ ଧରି ରିପୋର୍ଟ ପ୍ରଦାନ କରିବାକୁ ନିବେଦନ କରିଛନ୍ତି ସରପଞ୍ଚ ପ୍ରଶାନ୍ତ କୁମାର ରାଉତ । ପ୍ରଶାନ୍ତଙ୍କ ଅଭିଯୋଗ ଅନୁଯାୟୀ, ବଞ୍ଚୋ ପଞ୍ଚାୟତରେ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ସରକାର ୪୫ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି । ହେଲେ ମିନି ଷ୍ଟାଡିୟମ ନିର୍ମାଣ ହେବାକୁ ଥିବା ଖେଳ ପଡିଆକୁ ଗୋଚର ଜମି ଦର୍ଶାଇ ରାଜସ୍ବ ନିରୀକ୍ଷକ ସ୍ଥାନ ଚିହ୍ନଟ କରିଦେଉ ନାହାନ୍ତି ।

ସେହିପରି ବଞ୍ଚୋଠାରେ ସ୍ବାସ୍ଥ୍ୟ ଉପକେନ୍ଦ୍ର ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଆମ୍ବଗଡ଼ିଆରୁ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଜମି ଚିହ୍ନଟ ରିପୋର୍ଟ ଦେବାକୁ ବିଭାଗୀୟ ଅଧିକାରୀ ଚିଠି କରିଥିଲେ ବି ରାଜସ୍ବ ବିଭାଗ ଜାଣିଶୁଣି ବିଳମ୍ବ କରୁଛନ୍ତି । ଏନେଇ ଅନେକବାର ରାଜସ୍ବ ନିରୀକ୍ଷକ ଓ ତହସିଲଦାରଙ୍କୁ ଭେଟି ସରପଞ୍ଚ ଅଭିଯୋଗ କରିଥିଲେ ବି କେହି କର୍ଣ୍ଣପାତ କରୁନାହାନ୍ତି । ତହସିଲଦାର ପଦକ୍ଷେପ ନନେଲେ ଆତ୍ମହୁତିର ଧମକ ଦେଇଛନ୍ତି ସରପଞ୍ଚ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Tahsildar's feet were caught by Sarpanch because of land acquisition for panchayat development ​ | Argus News