Videos
|
Odisha

ଭାରସାମ୍ୟ ହରାଇ ମନ୍ଦିର ଭିତରକୁ ପଶିଗଲା ଟ୍ୟାଙ୍କର, ଅଳ୍ପକେ ବର୍ତ୍ତିଲେ ମନ୍ଦିର ପୂଜକ

Banajyotshna Ray
Browse all articles by Banajyotshna Ray
·1 year ago
ଭାରସାମ୍ୟ ହରାଇ ମନ୍ଦିର ଭିତରକୁ ପଶିଗଲା ଟ୍ୟାଙ୍କର, ଅଳ୍ପକେ ବର୍ତ୍ତିଲେ ମନ୍ଦିର ପୂଜକ

ଅର୍ଗସ ବ୍ୟୁରୋ:  ଶନି ମନ୍ଦିରକୁ ପଶିଗଲା ଟ୍ୟାଙ୍କର  । ଭାରସାମ୍ୟ ହରାଇ ମନ୍ଦିର ଭିତରକୁ ପଶିଗଲା । ଭୋର ୫ଟାରେ ଶନି ମନ୍ଦିର ପୂଜକ ମନ୍ଦିର ଖୋଲିବାକୁ ଆସିଥିଲେ । ପ୍ରଥମେ ମହାଦେବ ମନ୍ଦିର ଯାଇ ବାବାଙ୍କ ଦର୍ଶନ କରି ଫେରୁଥିଲେ । ଆଉ ମାତ୍ର କେଇ ସେକେଣ୍ଡ ଭିତରେ ଶନି ମନ୍ଦିର ଖୋଲି ପୂଜାର୍ଚ୍ଚନା କରିଥାନ୍ତେ । ହଠାତ ଶନି ମନ୍ଦିରକୁ ପଶିଗଲା ଟ୍ୟାଙ୍କର । କେହି କିଛି ବୁଝିବା ଆଗରୁ ମାଟିରେ ମିଶିଗଲା ମନ୍ଦିର । ଏଥିରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ମନ୍ଦିର ପୂଜକ । ବଲାଙ୍ଗିର ୨୬ ନମ୍ବର ଜାତୀୟ ରାଜପଥ ନିକଟରେ ଘଟିଛି ଦୁର୍ଘଟଣା । ଅଗ୍ନିଶମ ବାହିନୀ ଡ୍ରାଇଭରକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The tank lost control and entered the temple | Argus News