Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଫେଲ ମାରିଲେ ନବୀନ, ଅଣ୍ଟା ଭିଡିଲେ ମୋହନ ସରକାର

Manini Pattanayak
Browse all articles by Manini Pattanayak
·1 year ago·3 min read
ଫେଲ ମାରିଲେ ନବୀନ, ଅଣ୍ଟା ଭିଡିଲେ ମୋହନ ସରକାର

ଭୁବନେଶ୍ୱର:  ବିଜେଡିର 24 ବର୍ଷର ଶାସନରେ ଧୁଆଁବାଣ ଥିଲା ଶିଳ୍ପାୟନ ନାରା। ଶିଳ୍ପ ଓ ନିଯୁକ୍ତିର ମିଛ ପ୍ରତିଶ୍ରୁତି ଦେଇ ଲଗାତାର ଲୋକଙ୍କୁ ଭୁଆଁ ବୁଲାଇ ଚାଲିଥିଲା ନବୀନଙ୍କର ବିଜୁ ଜନତା ଦଳ। କିନ୍ତୁ କ୍ଷମତାକୁ ଆସିବାର ମାସ କେଇଟା ଭିତରେ ରାଜ୍ୟରେ ବଡ଼ ଶିଳ୍ପ ପ୍ରତିଷ୍ଠା ଦିଗରେ ପ୍ରୟାସ ଆରମ୍ଭ କରିଦେଇଛନ୍ତି ମୋହନ ସରକାର। ଓଡିଶାରେ ପୁଞ୍ଜିନିବେଶ ବୃଦ୍ଧି ପାଇଁ ଆସନ୍ତା ୭, ୮ ଓ ୯ ତାରିଖରେ ଗୁଜରାଟର ଅହମଦାବାଦ ଓ ପୁନେରେ ଶିଳ୍ପ ବିଭାଗ ରୋଡ଼ ସୋ କରିବ। ଅଢ଼େଇ ଲକ୍ଷ କୋଟି ଟଙ୍କାର ଘରୋଇ ପୁଞ୍ଜିନିବେଶ ସହ FDI ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି। ଯାହା ଫଳରେ ବିକଶିତ ଭାରତ ଗଠନରେ ଓଡ଼ିଶା ବଡ଼ ଅଂଶୀଦାର ହୋଇପାରିବ। 

ଆଗାମୀ ୭, ୮ ଏବଂ ୯ ତାରିଖରେ ଅହମଦାବାଦ ଏବଂ ପୁନେରେ ରୋଡ ସୋ କରିବ ଶିଳ୍ପ ବିଭାଗ । ଓଡିଶାକୁ ଅଧିକରୁ ଅଧିକ ଶିଳ୍ପ ଆଣିବା ପାଇଁ ନିବେଶକ ମାନଙ୍କ ସହ କରାଯିବ ଇନଭେଷ୍ଟର ମିଟ୍‍ ଏବଂ ରାଉଣ୍ଡ ଟେବୁଲ ଆଲୋଚନା । ଏହାସହ ଓଡିଶାର ଶିଳ୍ପ ନୀତିକୁ ନେଇ ଶିଳ୍ପାନୁଷ୍ଠାନର ମୁଖ୍ୟ ମାନଙ୍କ ସହ ୱାନ ଟୁ ୱାନ ହେବ ଆଲୋଚନା । ମୋହନ ସରକାରଙ୍କ ଫୋକସରେ ଅଟୋମୋବାଇଲସ୍‍, ଫୁଡ୍ ପ୍ରୋସେସିଂ, ଆନସେଲାରି ଡାଉନଷ୍ଟ୍ରିମ ମେଟାଲ, ଫାର୍ମା ଏବଂ ଇଲେକକ୍ଟ୍ରୋନିକ୍ସ ମାନୁଫେକ୍ଚରିଂ ସେକ୍ଟର ଭଳି ଶିଳ୍ପ । ଶିଳ୍ପ ମାନଙ୍କୁ ଓଡିଶାରେ ପୁଞ୍ଜିନିବେଶ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରକୃଷ୍ଟ ସୁଯୋଗ ଯୋଗାଇ ଦିଆଯିବ । ଓଡିୁଶାକୁ ଶିଳ୍ପ ଆସିବା ପାଇଁ ପ୍ରୋତ୍ସାହିତ କରାଯିବ । ଓଡିଶାକୁ ଶିଳ୍ପ କ୍ଷେତ୍ରରେ ଆଗକୁ ନେବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଡୋମେଷ୍ଟିକ ଇନଭେଷ୍ଟମେଣ୍ଟ ମାଧ୍ୟମରେ ୨୦୨୯ ସୁଦ୍ଧା ଓଡିଶାରେ ୨ ଲକ୍ଷ ୫୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ଏହାସହ ୨ ବିଲିୟନ ଡଲାରର  ବିଦେଶୀ ପୁଞ୍ଜିନିବେଶ ବୃଦ୍ଧି ପାଇଁ ମୋହନ ସରକାରଙ୍କ ଭିଜନ ରଖିଛନ୍ତି । 

 ଓଡିଶାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ବିଜେପି ସରକାର ନେଇଛି ସଂକଳ୍ପ । ହେଲେ ପୂର୍ବ ବିଜେଡି ସରକାର ଓଡିଶାବାସୀଙ୍କୁ ଦେଖାଇଥିଲା ମିଛ ଶିଳ୍ପାୟନର ସ୍ଵପ୍ନ । ବିଧାନସଭା ଉତ୍ତରରୁ ମିଳିଥିବା ସଦ୍ୟତମ ତଥ୍ୟ ଖୋଲି ଦେଇଛି ୨୪ ବର୍ଷର ନବୀନ ସରକାରର ପୋଲ । ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ଵାଇଁ ଉତ୍ତର ରଖି କହୁଛନ୍ତି, ଗତ ୫ ବର୍ଷ ମଧ୍ୟରେ ୫୧୨ଟି ବୃହତ ଶିଳ୍ପ ସଂସ୍ଥା ସହ ରାଜ୍ୟ ସରକାର ଏମଓୟୁ କରିଥିଲେ । ୫ ଲକ୍ଷ ୭୧ ହଜାର ୩୦୩ ନିଯୁକ୍ତି ସୁଯୋଗ ଲାଗି ରହିଥିଲା ଲକ୍ଷ୍ୟ  । କିନ୍ତୁ ବିଡମ୍ବନା, ୫ ବର୍ଷରେ ସେଥି ମଧ୍ୟରୁ ମାତ୍ର ୩୦ଟି ବୃହତ୍ତ ପ୍ରକଳ୍ପ ଆଂଶିକ ତଥା ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରିଛି । ଆଉ ଏହି ଶିଳ୍ପ ଗୁଡିକ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ୧୯ ହଜାର ୫୨୯ କୋଟିର ପୁଞ୍ଜିନିବେଶ ସହ ୨୦ ହଜାର ୨୫୧ଟି ନିଯୁକ୍ତି ସୃଷ୍ଟ ହୋଇପାରିବ । ତେଣୁ ଏଠି ପ୍ରଶ୍ନ ଉଠୁଛି ବିଜେଡି ସରକାର ସମୟରେ ତିନି ତିନୋଟି କାହା ପାଇଁ ହୋଇଥିଲା ମେକ ଇନ ଓଡିଶା କନକ୍ଲେଭ । କାହିଁକି ଏ ପର୍ଯ୍ୟନ୍ତ ସମସ୍ତ ୫୧୨ ବୃହତ୍ତ ଶିଳ୍ପ ପ୍ରକଳ୍ପରୁ ମାତ୍ର ୩୦ଟି ଶିଳ୍ପରେ ପୁଞ୍ଜି ନିବେଶ ହୋଇଛି । ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଦେଶ ବୁଲିଥିଲେ ନବୀନ ଓ ପାଣ୍ଡିଆନ । ବେଶ ପ୍ରଚାର ହେଲା କିନ୍ତୁ ଫଳ ଶୂନ
  ସରକାର ବିଦେଶୀ ନିବେଶକଙ୍କୁ ଶିଳ୍ପାୟନ ଲାଗି ଆମନ୍ତ୍ରଣ କରିବାକୁ ଦୁବାଇ, ସିଙ୍ଗାପୁର, ଚୀନ, ଜାପାନ, ଇଟାଲୀ, ଜର୍ମାନ ଓ ସାଉଥକୋରିଆ ପରି ବିଭିନ୍ନ ଦେଶରେ ରାଜ୍ୟ ସରକାର ବଡ ବଡ ବୈଠକ, ରୋଡ୍ ସୋ କରିବା ସହ ବଡ ବଡ ବିଜ୍ଞାପନ ବି ଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏତେ ସବୁ ପରେ ବି ବିଦେଶ ପୁଞ୍ଜିନିବେଶରେ ଏଭଳି ସ୍ଥିତି ହିଁ ବୟାନ କରୁଛି ଏହା କେବଳ ପ୍ରଚାରରେ ସୀମିତ ଥିଲା । ପାଣି ଭଳିଆ ପଇସା ସିନା ଖର୍ଚ୍ଚ ହେଲା କିନ୍ତୁ ପୁଞ୍ଜିନିବେଶ ଆସିଲା ନାହିଁ । କିନ୍ତୁ ଏବେ ମୋହନ ସରକାରଙ୍କ ଉଦ୍ୟମ ଏବଂ ଉଦ୍ଦେଶ୍ୟକୁ ନେଇ ବେଶ ଆଶାବାଦୀ ଅଛନ୍ତି ଓଡିଶାର ଶିଳ୍ପ ଉଦ୍ୟୋଗ  କିଛି ମାସ ତଳେ ସଂସଦରେ କେନ୍ଦ୍ର ମନ୍ତ୍ରୀଙ୍କ ଉତ୍ତର ଖୋଲି ଦେଇଥିଲା ଓଡ଼ିଶାରେ ବିଦେଶୀ ପୁଞ୍ଜି ନେଇ ପୂର୍ବ ବିଜେଡି ସରକାରର ମିଛ ପ୍ରଚାରର ଗୁମର । ଅକ୍ଟୋବର ୨୦୧୯ରୁ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ୪ ବର୍ଷରେ ଓଡ଼ିଶାରେ ହୋଇଥିଲା ମାତ୍ର ୧୨୭୭ କୋଟି ଟଙ୍କାର ବିଦେଶୀ ପୁଞ୍ଜିନିବେଶ । ସାରା ଦେଶରେ ଓଡ଼ିଶା ଥିଲା ୨୦ ନମ୍ବର ସ୍ଥାନରେ । 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Sponsored
The target is to increase FDI with private investment of two and a half lakh crores | Argus News