Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଢୁଛି ତାତି, ୫ ଜିଲ୍ଲାରେ ୪୦ ଡିଗ୍ରୀ ଟପିଲା ତାପମାତ୍ରା

Odisha

ବଢୁଛି ତାତି, ୫ ଜିଲ୍ଲାରେ ୪୦ ଡିଗ୍ରୀ ଟପିଲା ତାପମାତ୍ରା

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ବଢୁଛି ତାତି, ୫ ଜିଲ୍ଲାରେ ୪୦ ଡିଗ୍ରୀ ଟପିଲା ତାପମାତ୍ରା

 ଅର୍ଗସ ବ୍ୟୁରୋ : ତାତିରୁ ନାହିଁ ନିସ୍ତାର । ୫ ଜିଲ୍ଲାରେ ୪୦ ଡିଗ୍ରୀ ଟପିଲା ତାପମାତ୍ରା ।  ଆଜି ବି ସିଝିବ ଓଡ଼ିଶା । ଏପ୍ରିଲ ପହିଲାବେଳକୁ ତାପମାତ୍ରା ୪୨ ଡିଗ୍ରୀ ଛୁଇଁବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଶୁକ୍ରବାର ଟିଟିଲାଗଡ଼, ବଲାଙ୍ଗୀର, ବୌଦ୍ଧ, ଭବାନୀପାଟଣା ଓ ନୟାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଥିଲା । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଏଭଳି ତାତିର ଦାଉ ଜାରି ରହିବ। ଆସନ୍ତା ଦୁଇ ଦିନ ମଧ୍ୟରେ ୨ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି।

ଅଧିକ ପଢନ୍ତୁ : ଏପ୍ରିଲ ୬ତାରିଖ ଯାଏ ତାତିରୁ ନାହିଁ ନିସ୍ତାର

ମାର୍ଚ୍ଚ ଶେଷ ସୁଧା ବିଗତ ୧୯ ଏବଂ ୨୦ ତାରିଖରେ ହିଁ କେବଳ ଅଧିକ ବର୍ଷା ରେକର୍ଡ କରାଯାଇଥିଲା । ଆଗାମୀ ୮ ଦିନ ଯାଏ ପାଗରେ ସେମିତି କିଛି ବିଶେଷ ପରିବର୍ତ୍ତନ ହେବ ନାହିଁ । ସେପଟେ ଘରୁ ଟାଣ ଖରାରେ ବାହାରିବା ବେଳେ ଖାସ କରି ବୟସ୍କ, ଶିଶୁ ଏବଂ ରୋଗାକ୍ରାନ୍ତ ବ୍ୟକ୍ତିମାନେ ସାଙ୍ଗରେ ଛତା, ପାଣି ବୋତଲ ନେଇ ଯିବା ପାଇଁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The temperature is increasing in odisha , 40 degree cross in 5 districts | Argus News