Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୪ ଘଣ୍ଟା ମଧ୍ୟରେ ଟୁଇନ୍ ସିଟିରେ ବର୍ଷା ସମ୍ଭାବନା

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
୨୪ ଘଣ୍ଟା ମଧ୍ୟରେ ଟୁଇନ୍ ସିଟିରେ ବର୍ଷା ସମ୍ଭାବନା

ଅର୍ଗସ ବ୍ୟୁରୋ : ଆଗାମୀ 4 ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। 24 ଘଣ୍ଟା ମଧ୍ୟରେ ଟୁଇନ୍ ସିଟିରେ ବର୍ଷା ସମ୍ଭାବନା ରହିଛି । ୩୭ ଡିଗ୍ରୀ ଭିତରେ ରହିପାରେ ଭୁବନେଶ୍ବରର ତାପମାତ୍ରା । କାଁ ଭାଁ ସ୍ଥାନରେ ବିକ୍ଷିପ୍ତ ବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣିଁ ଜାରି କରାଯାଇଛି। ଆଗାମୀ ୨୪ ଘଣ୍ଟାରେ କେଉଁଝର, ବାଲେଶ୍ଵର, ମୟୂରଭଞ୍ଜ , କେନ୍ଦ୍ରାପଡ଼ା,  ଭଦ୍ରକରେ ଗୋଟେ ଦୁଇଟି ସ୍ଥାନରେ ବର୍ଷା ଅନୁମାନ କରାଯାଇଛି ।  

ଅଧିକ ପଢନ୍ତୁ : ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ: ଆଗାମୀ ୩ ଘଣ୍ଟା ପାଇଁ ସତର୍କ ସୂଚନା ଜାରି

ଉତ୍ତର ଓ ଦକ୍ଷିଣ ଉପକୂଳ ଅଞ୍ଚଳରେ କିଛି ସ୍ଥାନରେ ବିଜୁଳି ଘଡଘଡି ସହ ପବନର ବେଗ ୩୦ରୁ ୪୦ କିମି ଘଣ୍ଟା ପ୍ରତି ରହିବ।  ଉତ୍ତର ବିହାରରୁ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ଏକ ନିମ୍ନଚାପ ରେଖା ଗତି କରୁଛି ।  ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ଅନୁମାନ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The temperature of Bhubaneswar can be within 37 degrees | Argus News