Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏପ୍ରିଲ ପ୍ରଥମ ସପ୍ତାହରୁ ବଢିବ ତାପମାତ୍ରା !

Manini Pattanayak
Browse all articles by Manini Pattanayak
·2 years ago·1 min read
ଏପ୍ରିଲ ପ୍ରଥମ ସପ୍ତାହରୁ ବଢିବ ତାପମାତ୍ରା !

ଭୁବନେଶ୍ୱର:  ୨୯ ତାରିଖ ପରଠୁ ସ୍ଵାଭାବିକଠାରୁ ବଢିବ ୨ରୁ ୪ ଡିଗ୍ରୀ ତାପମାତ୍ରା। ଏପ୍ରିଲ ପ୍ରଥମ ସପ୍ତାହରୁ ବଢିବ ତାପମାତ୍ରା। ଗତକାଲି ୬ ସହରରେ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ କରାଯାଇଛି, ୩ ଟି ସହରରେ ୩୮ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ସର୍ବାଧିକ ଦିନ ତାପମାତ୍ରା ୩୮ ଡିଗ୍ରୀ ବଲାଙ୍ଗୀରରେ ରେକର୍ଡ କରାଯାଇଛି। ଆଗାମୀ ୩ ଦିନ ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ମୁଖ୍ୟତଃ ପାଗ ଶୁଖିଲା ରହିବ, ଶୁଷ୍କ ବାୟୁ ପ୍ରବାହିତ ହେବ ଏବଂ ତା ସହ ବର୍ଷା ହେବାର ସମ୍ଭାବନା ନାହିଁ ତେଣୁ ଦିନ ମାତ୍ର ବଢିବାର ଆଶଙ୍କା କରାଯାଉଛି।

ଏହା ସହ ପଶ୍ଚିମା ଝଡ଼ ପ୍ରଭାବରେ ତାପମାତ୍ରା ବୃଦ୍ଧି ହେବା ନେଇ ଆଶଙ୍କା କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।ଆଗାମୀ ସପ୍ତାହରେ ସ୍ଵାଭାବିକ ଠାରୁ ଅଧିକ ରହିବ ତାପମାତ୍ରା। ଉପକୂଳ ଓଡ଼ିଶାରେ ୩୫ରୁ ୩୭ ଡିଗ୍ରୀ ସୀମିତ ରହିବ ଓ ଆଭ୍ୟନ୍ତରୀଣରେ ୩୫ ରୁ ୩୯ ଓ ତିନି ଦିନ ପରେ କେତକ ସ୍ଥାନରେ ୪୦ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା କରାଯାଇଛି। ୩୧ ତାରିଖ ପରଠୁଁ କିଛି ଜାଗାରେ ନିମ୍ନ ଚାପରେଖା ଓ ପଶ୍ଚିମା ଝଡ଼ ପ୍ରଭାବରେ କାଁ ଭାଁ ବର୍ଷା ହୋଇପାରେ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The temperature will increase from the first week of April | Argus News