ବିଶୃଙ୍ଖଳାକାରୀଙ୍କ ଉପରେ କଠୋର ଆକ୍ସନ ପରେ ଭଦ୍ରକରେ ଉତ୍ତେଜନା ପ୍ରଶମିତ
ଅର୍ଗସ ବ୍ୟୁରୋ: ଭଦ୍ରକରେ ଉତ୍ତେଜନା ପ୍ରସମିତ ହୋଇଛି ହେଲେ ଆଗକୁ ଯେପରି ବିଶୃଙ୍ଖଳାକାରୀ କୌଣସି ଦୁଃସାହସ ନକରନ୍ତି ସେଥିପାଇଁ ଏବେବି ପୁରୁଣା ବଜାର ଅଞ୍ଚଳରେ ମୁତୟନ ଅଛନ୍ତି ୧୨ ପ୍ଲାଟୁନ୍ ପୋଲିସ। ପୁରୁଣା ବଜାର ସମେତ ଧାମନଗର ଏନଏସି ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରଖାଯାଇଛି ୧୬୩ ଧାରା। ରାତିରେ ପାଟ୍ରୋଲିଂକୁ ବି କଡ଼କଡ଼ି କରାଯାଇଛି। ଗତରାତିରେ ଉତ୍ତେଜନାପୂର୍ଣ ଅଞ୍ଚଳରେ ପ୍ଲାଗମାର୍ଚ୍ଚ କରିଥିଲା ରାପିଡ ଆକ୍ସନ ଫୋର୍ସ। ପରିସ୍ଥିତିକୁ ନଜରରେ ରଖି ୩୦ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି। କୌଣସି ଗୁଜବରେ ବିଶ୍ବାସ ନକରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ପୂର୍ବାଞ୍ଚଳ ଜିଆଇଜି।
ପୋଲିସର ତ୍ଵରିତ ଆକ୍ସନ ଏବଂ ବିଶୃଙ୍ଖଳାକାରୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଯୋଗୁଁ ଭଦ୍ରକରେ ଟଳି ଯାଇଛି ଏକ ବଡ଼ ହିଂସା। ଶନିବାର ସୋସିଆଲ ମିଡିଆରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଯୁବକଙ୍କୁ ଧୂଷୁରୀ ଅଞ୍ଚଳରୁ ଗିରଫ କରାଯାଇଥିବା ବେଳେ ପୋଲିସ ଉପରେ ଆକ୍ରମଣ କରିଥିବା 7 ଜଣଙ୍କୁ ଗିରଫ କରାଯାଇଛି। ତେବେ ହିଂସା ପାଇଁ ଉସୁକାଇଥିବା ବିଜେଡି ନେତା ଫିର୍ଦ୍ଦେଶ ସହ ଅନ୍ୟମାନଙ୍କର ତଲାସୀ ଚାଲିଥିବା ନେଇ ପୋଲିସ ସୂଚନା ଦେଇଛି।
ଶୁକ୍ରବାର ଫିର୍ଦ୍ଦୋଶ ନାମକ ଏହି ଯୁବକ ସୋସିଆଲ ମିଡିଆରେ ପୋଷ୍ଟ କରି ସମସ୍ତଙ୍କୁ ଏକାଠି ହୋଇ ଜାବବ ଦେବାକୁ ଅପିଲ କରିଥିଲା। ଏହାପରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କେତେକ ବିଶୃଙ୍ଖଳାକାରୀ ଯୁବକ ଏକାଠି ହୋଇ ପୋଲିସ ଉପରେ କରିଥିଲେ ଆକ୍ରମଣ। ଏହି ଫିର୍ଦ୍ଦୋଶ ହେଉଛି ଭଦ୍ରକର ପୂର୍ବତନ ବିଧାୟକ ତଥା ଏବେର ଭଣ୍ଡାରିପୋଖରି ବିଜେଡି ବିଧାୟକ ସଂଜୀବ ମଲ୍ଲିକଙ୍କ ଖାସ୍। ତେଣୁ ଜାଣିଶୁଣି ଭଦ୍ରକରେ ଅଶାନ୍ତି ସୃଷ୍ଟି ପାଇଁ ବିଜେଡି ଷଡ଼ଯନ୍ତ୍ର କରିଥିବା ନେଇ ହୋଇଥିଲା ଅଭିଯୋଗ। ଶନିବାର ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ ସୋସିଆଲ ମିଡିଆ ଅପପ୍ରଚାରରେ କିଛି ରାଜନୈତିକ ଶକ୍ତି ହସ୍ତକେକ୍ଷେ କରୁଛନ୍ତି। ସେପଟେ ରବିବାର ଭଦ୍ରକରେ ପରିସ୍ଥିତିର ସମୀକ୍ଷା ପରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେଉଁ ବ୍ୟକ୍ତି ଅଶାନ୍ତି ସୃଷ୍ଟି କରୁଛନ୍ତି କାହାକୁ ବି ଛଡ଼ାଯିବ ନାହିଁ।
ଭଦ୍ରକରେ ସାମ୍ପ୍ରଦାୟିକ ବିଦ୍ବେଶ ସୃଷ୍ଟି ପାଇଁ ଯେଉଁ ରାଜନୈତିକ ଷଡ଼ଯନ୍ତ୍ର ରଚାଯାଇଥିଲା ବିଶୃଙ୍ଖଳାକାରୀଙ୍କ ପ୍ରତି ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଏବଂ ପୋଲିସର ତୃରିତ ଆକ୍ସନ ଯୋଗୁଁ ତାହା ଭଣ୍ଡୁର ହୋଇଯାଇଛି। ତେବେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ତଥା ବିଜେଡି ନେତା ଫିର୍ଦ୍ଦେଶକୁ ଖୋଜୁଛି ପୋଲିସ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର...