Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାରା ଓଡ଼ିଆରେ ମୋଦି ଲହର ଜୋରଦାର

Manini Pattanayak
Browse all articles by Manini Pattanayak
·2 years ago·2 min read
ସାରା ଓଡ଼ିଆରେ ମୋଦି ଲହର ଜୋରଦାର

ଭୁବନେଶ୍ୱର:  ଦୁଇ ତୃତୀୟାଂଶ ଆସନ ଜିତିବାର ଦମ୍ଭ ଦେଖାଉଥିବା ବିଜେଡି ଅସହିଷ୍ଣୁ କାହିଁକି । ରାଜ୍ୟ ସାରା ଶାସକ ଦଳର ବିଜେପି ପୋଷ୍ଟର ଚିରା ଅଭିଯାନ । ଟିଟିଲାଗଡ଼ରେ ସାମ୍ନାକୁ ଆସିଲା ମନ୍ତ୍ରୀ ଟୁକୁନି ସାହୁଙ୍କ ଗୁଣ୍ଡାବାହିନୀର ଆତଙ୍କରାଜ୍ । ବିଜେଡିର ବେଆଇନ କାମକୁ ଆଖି ବୁଜି ଦେଇଛି କି ପୋଲିସ ପ୍ରଶାସନ । ସାରା ରାଜ୍ୟରେ ଜୋରଦାର ନିର୍ବାଚନ ପ୍ରଚାର । ଗାଁରୁ ସହର ଛାଇ ଯାଇଛି ପୋଷ୍ଟର ବ୍ୟାନର । କିନ୍ତୁ ଏତିକି ବେଳେ ସାମ୍ନାକୁ ଆସୁଛି ଶାସକ ଦଳର ଛାନିଆ ରୂପ । ଏ ଦୃଶ୍ୟ ଟିଟିଲାଗଡ଼ ନିର୍ବାଚନମଣ୍ଡଳୀ ସଇଁତଲା କଂସର ପଞ୍ଚାୟତ ଭୁସକିପାଲି ଗାଁର । ଏଠି ହାରିବା ଭୟରେ ପୋଷ୍ଟର ବ୍ୟାନର ଚିରୁଛନ୍ତି ବିଜେଡି ଗୁଣ୍ଡା । ଲଗାତାର ତିନିଥର ବିଜୟୀ ହୋଇ ଦୁଇଥର ମନ୍ତ୍ରୀ ହୋଇଥିବା ଟୁକୁନି ସାହୁ ଏଥର ବି ଟିଟିଲାଗଡ଼ରୁ ବିଜେଡି ପ୍ରାର୍ଥୀ। କିନ୍ତୁ ତାଙ୍କୁ କଡ଼ା ଟକ୍କର ଦେଉଛନ୍ତି ବିଜେପିର ନୂଆ ଚେହେରା ନବୀନ ଜୈନ । ପୁରା ଅଞ୍ଚଳରେ ଆତଙ୍କରାଜ୍ ଚଳାଇଛନ୍ତି ଟୁକୁନି ସାହୁଙ୍କ ଗୁଣ୍ଡାବାହିନୀ । ହାରିବା ଭୟରେ ବୁଲି ବୁଲି ବିଜେପି ପାର୍ଥୀ ନବୀନ ଜୈନଙ୍କ ପୋଷ୍ଟର ଚିରୁଛନ୍ତି। ଅନ୍ୟପଟେ ଗାଁ ଲୋକେ ଏହାକୁ ବିରୋଧ କରିବାରୁ ବିଜେଡି ଗୁଣ୍ଡା ମାରପିଟ୍ କରୁଛନ୍ତି, ଦେଉଛନ୍ତି ହତ୍ୟା ଧମକ। ପୋଷ୍ଟର ଚିରା ଘଟଣା ନେଇ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହେବ ବିଜେପି। 

ଇଏ କାକଟପୁର ନିର୍ବାଚନ ମଣ୍ଡଳୀ ଅସ୍ତରଙ୍ଗ ମେଡିକାଲ ନିକଟର ଦୃଶ୍ୟ। ଏଠି ଲାଗିଥିବା ମୋଦିଙ୍କ ପୋଷ୍ଟର ଉପରେ ପଲିଥିନ ପକାଇ ଘୋଡ଼ାଇ ଦିଆଯାଇଛି। ରାଜଧାନୀ ଭୁବନେଶ୍ବର ସମେତ କଟକ, ଖୋର୍ଦ୍ଧା, ନବରଙ୍ଗପୁର ଓ ରାଉରକେଲାରୁ ବି ସାମ୍ନାକୁ ଆସିଛି ବିଜେପି ପୋଷ୍ଟର ଚିରା ଦୃଶ୍ୟ । ଏହାକୁ କଡ଼ା ବିରୋଧ ଓ ନିନ୍ଦା କରିଛନ୍ତି ବିଜେପି ନେତା ଓ କର୍ମୀ। 
 ସାରା ଦେଶ ଭଳି ଏବେ ଓଡ଼ିଶାରେ ବି ମୋଦି ଲହର ଜୋରଦାର। ଆଶାତୀତ ଭାବେ ବଢୁଛି ବିଜେପିର ଶକ୍ତି। ଯାହାକୁ ନେଇ ଅସହିଷ୍ଣୁ ହୋଇପଡ଼ିଛି ବିଜେଡି। ଔଷଧ ବିକଳରେ ତାଟିଆ କାମୁଡୁଛି । ଶାସକ ଦଳ ପାଖରେ ପୋଲିସ ବଳ ଅଛି। ଏଣୁ ପୋଲିସ ବିଜେଡିର ସବୁ ବେଆଇନ କାମ ପ୍ରତି ଆଖି ବୁଜି ଦେଇଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The terror of minister Tukuni Sahu's gundabahini came to light in Titilagarh | Argus News