ଯୁବକଙ୍କୁ ଦଳିଦେଲା ଦନ୍ତା
·2 years ago

ଅର୍ଗସ ବ୍ୟୁରୋ: ହାଟରୁ ଫେରିବା ସୟରେ ଦଳି ଦେଲା ଦନ୍ତା। ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହରିଡ଼ାଯୋଡ଼ି ଗାଁର ମିଥୁନ ମୁଣ୍ଡା। ଗତକାଲି ସନ୍ଧ୍ୟାରେ ସେ ଅନ୍ୟ ୩ ଜଣଙ୍କ ସହ ମରସୁଆଁ ହାଟରୁ ଫେରୁଥିଲେ। ତେବେ ଗାଁ ଆଉ ଅଳ୍ପ ବାଟ ଥିବାବେଳେ, ବିନୋଦବିହାରୀପୁର ନିକଟରେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ ।
୩ ଜଣ ଘଟଣା ସ୍ଥଳରୁ ଦୌଡ଼ି ପଳାଇ ଥିବା ବେଳେ ମିଥୁନ ମୁଣ୍ଡାକୁ ହାତୀ ଦଳି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ମିଥୁନଙ୍କର ମୃତ୍ୟୁ ଘଟିଥିଲା । ଏନେଇ ଜଣାପଡ଼ିବା ପରେ ବନ ବିଭାଗ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନା ପଠାଇ ଥିବା ଜଣାପଡିଛି। ବାଲିବନ୍ଧ ସେକ୍ସନରେ ଏବେ ୧୯ଟିକିଆ ହାତୀପଲ ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: