Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦାନ ହୁଣ୍ଡି ତାଲା ଭାଙ୍ଗି ଲୁଟି ନେଲେ ଦୁର୍ବୃତ୍ତ

Odisha

ଦାନ ହୁଣ୍ଡି ତାଲା ଭାଙ୍ଗି ଲୁଟି ନେଲେ ଦୁର୍ବୃତ୍ତ

Manini Pattanayak
Browse all articles by Manini Pattanayak
·2 years ago
ଦାନ ହୁଣ୍ଡି ତାଲା ଭାଙ୍ଗି ଲୁଟି ନେଲେ ଦୁର୍ବୃତ୍ତ

 ବ୍ରହ୍ମପୁର: ଦାନ ହୁଣ୍ଡି ତାଲା ଭାଙ୍ଗି ଲୁଟି ନେଲେ ଦୁର୍ବୃତ୍ତ।  ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ତାଳପଡା ପଞ୍ଚାୟତର ଖଣ୍ଡେଶ୍ବର ମହାଦେବ ମନ୍ଦିରରୁ କୌଣସି ଦୂର୍ବୁତ୍ତ ମନ୍ଦିରରୁ ଲୁଟି ନେଲେ।  ଆଜି ସକାଳୁ ମନ୍ଦିରର ପୂଜକ ଓ ସେବାୟତ ମନ୍ଦିର ଖୋଲିବା ସମୟରେ ଦେଖିଲେ ମନ୍ଦିରର ଦୁଇଟି ଦାନ ହୁଣ୍ଡିର ତାଲା ଭଙ୍ଗା ଯାଇଛି ଓ ସେଥିରେ ଥିବା ଟଙ୍କା ପଇସା  ଚୋରି ହୋଇଛି।

ଏନେଇ ପୂଜକ ପପୁ ମହାପାତ୍ର ମନ୍ଦିର ପରିଚାଳନା କମିଟିକୁ ଜଣାଇଥିଲେ। ମନ୍ଦିର ପରିଚାଳନା କମିଟି ଉପସଭାପତି ପବିତ୍ର ସ୍ବାଇଁ ଏନେଇ ଖଲ୍ଲିକୋଟ ଥାନାରେ ଅଭିଯୋଗ ଜଣାଇଛନ୍ତି। ଏହା ପୂର୍ବରୁ ମଧ୍ୟ ଥରେ ଚୋରି ହୋଇ ଥିବା ବେଳେ କୌଣସି ଅଭିଯୋଗ କରାଯାଇନଥିଲା । କମିଟିର ସଦସ୍ୟ ମାନଙ୍କ କହିବା ଅନୁଯାୟୀ ପ୍ରାୟତଃ ୩୦ ରୁ ୪୦ ହଜାର ଟଙ୍କା ଚୋରି ହୋଇଥିବା ଅନୁମାନ କରାଯାଉଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The thief broke the lock of the donation box and robbed it | Argus News