Videos
|
Odisha

ବୃଦ୍ଧା ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଲେ ଦୁର୍ବୃତ୍ତ

Ritu Das
Browse all articles by Ritu Das
·2 years ago
ବୃଦ୍ଧା ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଲେ ଦୁର୍ବୃତ୍ତ

ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଖଲ୍ଳିକୋଟ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଏକାଦଶୀ ପୂଜା ପାଇଁ ଆସିଥିବା ବୃଦ୍ଧା ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଲେ ଦୁର୍ବୃତ୍ତ। ଚୋରିର ଶିକାର ହୋଇଥିବା ମହିଳା ଜଣକ ହେଲେ ବେଗୁନିଆପଡା ଥାନା ଅନ୍ତର୍ଗତ ଅଙ୍ଗାରଗାଁର ମୃତ ବିଜୟ ନାୟକଙ୍କ ପତ୍ନୀ ଲକ୍ଷ୍ମୀ ନାୟକ।

ଚୋରି ହୋଇ ଥିବା ଚେନଟିର ଆନୁମାନିକ ମୂଲ୍ୟ ଏକ ଲକ୍ଷ କୋଡିଏ ହଜାର ଟଙ୍କା ହେବ ବୋଲି କହିଛନ୍ତି ବୃଦ୍ଧା। ପୂଜା କରୁଥିବା ସମୟରେ ଚୋରି ହୋଇ ଥିବା ନେଇ ଅଭିଯୋଗ କରିଛନ୍ତି । ବହୁ ଖୋଜାଖୋଜି ପରେ ଚେନଟି ନ ମିଳିବାରୁ ଖଲ୍ଲିକୋଟ ଥାନାରେ ଏତଲା ଦେଇଛନ୍ତି ଲକ୍ଷ୍ମୀ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The thief snatched | Argus News