Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁରୀ ବେଳାଭୂମିରେ ଡିସେମ୍ବର ୧୦ରୁ ତିନିଦିନବ୍ୟାପୀ ମହୋଦଧି ଦିବସ

Ritu Das
Browse all articles by Ritu Das
·1 year ago·2 min read
ପୁରୀ ବେଳାଭୂମିରେ ଡିସେମ୍ବର ୧୦ରୁ ତିନିଦିନବ୍ୟାପୀ ମହୋଦଧି ଦିବସ

ଅର୍ଗସ ବ୍ୟୁରୋ: ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ ଡିସେମ୍ବର ୧୦ ତାରିଖରୁ ୧୨ ତାରିଖ ତିନିଦିନ ବ୍ୟାପୀ ମହୋଦଧି ଦିବସ ଅନୁଷ୍ଠିତ ହେବ। ସେଥିପାଇଁ ଗତ ନଭେମ୍ବର 26 ତାରିଖରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନ ଠାରେ ମହୋଦଧୀ ଦିବସର ଅଫିସିଆଲ୍ ପୋଷ୍ଟର ଉନ୍ମୋଚିତ କରିଥିଲେ। ଏହି ଉପଲକ୍ଷେ ବିଚ୍ ଆଣ୍ଡ ଓସନ ସ୍ପୋର୍ଟ୍ସ କାର୍ଣ୍ଣିଭାଲ ଆୟୋଜିତ ହେବ। ଅନୁଷ୍ଠିତ ଉତ୍ସବ ପାଇଁ ଆଜି ପୁରୀ ନରେନ୍ଦ୍ରକୋଣ ବୃନ୍ଦାବତୀ ନିବାସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। 

ସାମାଜିକ ସଂଗଠନ ଦି ବେଲ୍ ପକ୍ଷରୁ ଏହି ମହୋତ୍ସବ ସମ୍ପର୍କରେ ଅନୁଷ୍ଠାନର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ କହିଛନ୍ତି ଯେ ବେଳାଭୂମିର ସ୍ବଚ୍ଛତା, ସମୁଦ୍ର ଜଳରାଶିକୁ ସଫା ରଖିବା, ପରିବେଶ ସନ୍ତୁଳନ ରକ୍ଷା ପାଇଁ ଏହି ଉତ୍ସବ ସଚେତନତାର ବାର୍ତ୍ତା ଦେବ। ତିନିଦିନବ୍ୟାପୀ ଅନୁଷ୍ଠିତ ଉତ୍ସବରେ ୧୦ଟି ଦେଶରୁ ୩୫ଟି ଆନ୍ତର୍ଜାତୀୟ ପ୍ରତିନିଧି ଯୋଗଦେବେ। ସମୁଦାୟ ୬୦୦ ରୁ ଉର୍ଦ୍ଧ୍ବ ପ୍ରତିନିଧି ବିଭିନ୍ନ ବର୍ଗର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଚଳିତବର୍ଷ  ଆମେରିକାର ଯୋନାଥାନ ରବିନସନଙ୍କୁ ମହୋଦଧି ସମ୍ମାନରେ ସମ୍ମାନିତ କରାଯିବ  । ସାମାଜିକ ସଂଗଠନ ସେଭ କୋଷ୍ଟାଲ ଲାଇଫକୁ କଳିଙ୍ଗ ସାଗର ସମ୍ମାନରେ ସମ୍ମାନିତ କରାଯିବ । ସବୁଠାରୁ ଆକର୍ଷଣୀୟ ହେବ ଚିତ୍ରକଳା ପ୍ରଦର୍ଶନୀ ,ସାଂସ୍କୃତିକ କାର୍ଯ୍ୟକ୍ରମ, ବିଚ୍ ସ୍ପୋର୍ଟ୍ସ ଓ ସମୁଦ୍ର ଜଳରେ କ୍ରୀଡା କୌଶଳ  । ବେଳାଭୂମିରେ କାର୍ଯ୍ୟରତ ଲାଇଫଗାର୍ଡ ମଧ୍ୟ ସଚେତନ ଓ ଅନୁଭୂତି ଆରୋହଣ କରିବେ। 

ଭାରତର ଉପକୂଳ ପର୍ଯ୍ୟଟନ ଓ  ପରିବେଶ ସଚେତନତା ସୃଷ୍ଟି କରାଯିବ  ।ଭାରତୀୟ କାୟାକିଂ ଆଣ୍ଡ କାନୋଇଙ୍ଗ ଆସୋସିଏସନ, ରାଷ୍ଟ୍ରୀୟ ଲାଇଫଗାର୍ଡ ସଂଗଠନ (ଭାରତ), ପୁରୀ ବିଚ୍ ଲାଇଫଗାର୍ଡ ମହାସଙ୍ଗ, ଆନ୍ତର୍ଜାତୀୟ ସର୍ଫ ଲାଇଫ ସେଭିଙ୍ଗ ଆସୋସିଏସନ (ଆମେରିକା) ଏବଂ ଶ୍ରୀଲଙ୍କା ଜୀବନ ସଞ୍ଚୟ ସହଯୋଗରେ ଏହି କାର୍ଯ୍ୟକ୍ରମ ସଂଗଠିତ ହେବ ।  ପୁରୀ ବିଚ୍ ରେ ମହୋଦଧି ଇଭେଣ୍ଟ ଗୁଡିକର କ୍ରମାଗତ ଚତୁର୍ଥ ବର୍ଷ ଧରି ଅନୁଷ୍ଠିତ ହେଉଛି ।  ଯେଉଁଥିରେ ଜୀବନ ରକ୍ଷାକାରୀ କ୍ରୀଡା, ସାଂସ୍କୃତିକ ପ୍ରଦର୍ଶନୀ ଏବଂ ସାମୁଦ୍ରିକ ସଂରକ୍ଷଣ ପ୍ରଦର୍ଶନୀ ଉପରେ ଏକ ବିଶେଷ ତିନି ଦିନିଆ କାର୍ଯ୍ୟକ୍ରମ ରହିଛି। 
ମୁଖ୍ୟ ଆକର୍ଷଣ ମଧ୍ୟରେ ପ୍ରଥମ ଇଣ୍ଡୋ-ଶ୍ରୀଲଙ୍କା ଜୀବନ ରକ୍ଷାକାରୀ କ୍ରୀଡା ଚାମ୍ପିଅନସିପ୍ ରହିଛି । ଏହା ସହିତ, ମହୋଦଧି ଜାତୀୟ ଚାମ୍ପିଅନସିପ୍ ବିଭିନ୍ନ ସମୁଦ୍ରକୂଳ ଏବଂ ସମୁଦ୍ର କ୍ରୀଡା ପ୍ରଦର୍ଶନ କରିବ, ଯାହା ଅଂଶଗ୍ରହଣକାରୀ ଏବଂ ଦର୍ଶକଙ୍କ ପାଇଁ ଏକ ଉତ୍ସାହଜନକ ଅନୁଭୂତି ପ୍ରଦାନ କରିବ।  ବିଚ୍ ଓ ଓସେନ ସ୍ପୋର୍ଟସ୍ କାର୍ଣ୍ଣିଭାଲର ମଜା ଦର୍ଶକ ମାନେ ମଧ୍ୟ ଉପଭୋଗ କରିପାରିବେ  ।  ବିଭିନ୍ନ ପାରମ୍ପରିକ ଖାଦ୍ୟ ସହ ଫୁଡ ଷ୍ଟଲ ଖୋଲିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରତିଦିନ ସନ୍ଧ୍ୟାରେ ପୁରୀର ପାରମ୍ପରିକ ନୃତ୍ୟ,   ଆଲୋଚନାଚକ୍ର ଓ  କବିତା ପାଠୋତ୍ସବ ସମ୍ମାନ  ସମାରୋହରେ ବିଭିନ୍ନ ବର୍ଗର ଅତିଥି ମାନେ  ଯୋଗଦେବେ ।  ଏହି ଅବସସରେ ଇଣ୍ଡୋ ଶ୍ରୀଲଙ୍କା ପୋଷ୍ଟର  ଉନ୍ମୋଚିତ ହୋଇଥିଲ। । ଏହି ସାମ୍ବାଦିକ ସମ୍ମିଳନୀରେ ,ମହୋତ୍ସବ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ  ଜିତେନ୍ଦ୍ର ମହାପାତ୍ର, ୱାର୍କିଂ କମିଟି ଅଧ୍ୟକ୍ଷ ପୁରୀ ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ।ପରିବର୍ତ୍ତନ ଓଡ଼ିଶାର ସୁଶାନ୍ତ ପଢ଼ିଆରି, ଶ୍ୟାମସୁନ୍ଦର ମହାପାତ୍ର ଦି ବେଲ୍  ଉପାଧ୍ୟକ୍ଷ ସୁକାନ୍ତ ପଣ୍ଡା,ଉତ୍ସବ ଷ୍ଟିରିଙ୍ଗ କମିଟି ଅଧ୍ୟକ୍ଷ ନାରାୟଣ ଦାସ ଇଣ୍ଡିଆ ଲାଇଫ ସେଭିଂ ସ୍ପୋର୍ଟସ ସିନିୟର୍ କୋଚ୍ କୌସ୍ତବ୍ ବକ୍ସି ,ପୁରୀ ବିଚ୍ ଲାଇଫ ଗାର୍ଡ ମହସଂଘ ସମ୍ପାଦକ ହେରି ରାଓ ପୁରୀ ମିଡିଆ ଇନଚାର୍ଜ  ବିଜୟ ମିଶ୍ରଙ୍କ ସମେତ ମହୋତ୍ସବ କମିଟିର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
The three-day | Argus News