Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶିଶୁପୁତ୍ର ଉପରେ ମାଡ଼ିଗଲା ଟ୍ରାକ୍ଟର

Odisha

ଶିଶୁପୁତ୍ର ଉପରେ ମାଡ଼ିଗଲା ଟ୍ରାକ୍ଟର

Ritu Das
Browse all articles by Ritu Das
·2 years ago
ଶିଶୁପୁତ୍ର ଉପରେ ମାଡ଼ିଗଲା ଟ୍ରାକ୍ଟର

ଅର୍ଗସ ବ୍ୟୁରୋ: ଘର ପାଖ ରାସ୍ତା ଉପରେ  ଖେଳୁଥିବା ବେଳେ ମାଡି ଗଲା ଟ୍ରାକ୍ଟର। ବେଆଇନ ଭାବେ ମାଟି ନେଉଥିବା ଟ୍ରାକ୍ଟରଟି ମାଡିଯିବାରୁ ଅଢେଇ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ଏଭଳି ମର୍ମନ୍ତୁଦ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଭଦରେଶ୍ୱର ଥାନା  ଝାଡେଶ୍ୱରପୁର ଗାଁରେ। 

ଶିଶୁପୁତ୍ରଟି ଘରପାଖ ରାସ୍ତାରେ ଖେଳୁଥିବା ବେଳେ ହଠାତ ମାଟି ବୋହୁଥିବା ଟ୍ରାକ୍ଟର ଚଢ଼ାଇ ଦେବାରୁ ସେ ଗୁରୁତର ହୋଇପଡିଥିଲେ। ଏହାପରେ ତାଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଣାଯିବାପରେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ଭଦ୍ରେଶ୍ୱର ଥାନାରେ ପରିବାର ପକ୍ଷରୁ ଏତଲା କରାଯାଇଛି। ପୋଲିସ ଟ୍ରାକ୍ଟରଟିକୁ ସିଜ଼ କରି ଅଧିକ ତଦନ୍ତ ଚଳାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The tractor | Argus News