Videos
|
Odisha

ଉପାନ୍ତରେ ଡାଇରିଆ ମୃତ୍ୟୁର କରୁଣ କାହାଣୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଉପାନ୍ତରେ ଡାଇରିଆ ମୃତ୍ୟୁର କରୁଣ କାହାଣୀ

ଅର୍ଗସ ବ୍ୟୁରୋ:  ଆଦିବାସୀ ଅଧୁସିତ କଳାହାଣ୍ଡିର ଗ୍ରାମାଞ୍ଚଳରେ କାୟା ମେଲାଉଛି ଝାଡ଼ାବାନ୍ତି ରୋଗ । ଗତ ଏକ ସପ୍ତାହକ ମଧ୍ୟରେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ୧୦୦ରୁ ଊର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଭର୍ତ୍ତି ହୋଇଛନ୍ତି । ପରିସ୍ଥିତି ଏମିତିଯେ ରୋଗୀଙ୍କ ପାଇଁ ମେଡିକାଲରେ ଏବେ ବେଡ ନାହିଁ।ଏହେଉଛି ଧର୍ମଗଡ ବ୍ଲକର ତମ୍ବଛଡା ଗାଁ। ଏହି ଗାଁରେ ୫ହଜାରରୁ ଅଧିକ ଲୋକ ବସବାସ କରୁଥିବା ବେଳେ ପାନୀୟ ଜଳ ସୁବିଧା ନାହିଁ କହିଲେ ଚଳେ।  ନିତ୍ୟ ବ୍ୟବାହାର ପାନୀୟ ଜଳ ପାଇଁ ଲୋକେ ପାଖରେ ଥିବା ନଦୀ ପାଣି ଉପରେ ଭରସା କରନ୍ତି । ଗାଁରେ ନଳକୂପ ଆବଶ୍ୟକତା ଠାରୁ କମ୍ ଥିବାରୁ ବାଧ୍ୟ ହୋଇ ଗ୍ରାମବାସୀ ଗାଁକୁ ଲାଗି ରହିଥିବା ତେଲ ନଦୀର ପାଣୀକୁ ପାନୀୟ ଜଳ ଭାବେ ବ୍ୟବହାର କରିଥାନ୍ତି । ଆଉ ଏହି ପାଣି ପାଇଁ ଝାଡାବାନ୍ତି ବ୍ୟପୁଥିବା ଅଭିଯୋଗ ହୋଇଛି।

ଝାଡାବାନ୍ତିରେ ଜଣଙ୍କର ମୃତ୍ୟୁ ପରେ ଗାଁରେ ଡାଇରିଆ ଆତଙ୍କ ଖେଳିବାରେ ଲାଗିଛି । ଡାକ୍ତରୀ ଟିମ ଗାଁକୁ  ଯାଇ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ଔଷଧ ଯୋଗାଇ ଦେଉଛି। ଆକ୍ରାନ୍ତଙ୍କ ଅବସ୍ଥା ଅଧିକ ବିଗିଡିଲେ ତାଙ୍କୁ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଉଛି। ଗାଁରେ ପିଇବା ପାଣି ସମସ୍ୟା ବର୍ଷ ସାରା ଲାଗି ରହିଥିବା ବେଳେ ବର୍ଷ ଦିନେ ରୋଗ ବ୍ୟାପିବାର କାରଣ ସାଜିଛି ପାଣି। ତେବେ ଏହାର ସ୍ଥାୟୀ ସମାଧାନ ପାଇଁ ଦାବି ହୋଇ ଆସୁଥିଲେବି କେହି ଦାବି ପୁରଣ କରୁ ନାହାନ୍ତି ଫଳରେ ଝାଡାବାନ୍ତି ଭଳି ରୋଗ ବ୍ୟାପୁଥିବା ଅଭିଯୋଗ ହୋଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: