Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଲେ ପ୍ରେମିକ 

Manini Pattanayak
Browse all articles by Manini Pattanayak
·1 year ago·1 min read
ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଲେ ପ୍ରେମିକ 

ଭୁବନେଶ୍ୱର:  ରାତିରେ ପ୍ରେମିକା ସହ ହୋଇଥିଲା ଝଗଡ଼ା । ଧମକ ଦେଇଥିଲେ ଗାର୍ଲଫ୍ରେଣ୍ଡଙ୍କ ମା । ଅସହ୍ୟ ହେଲା ନିର୍ଯାତନା । ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଲେ ପ୍ରେମିକ । ଆଜି ସରକନ୍ତରା ବାହାଦଲପୁର ରେଲୱେ କ୍ରସିଙ୍ଗ ନିକଟରେ ମିଳିଲା ଯୁବକଙ୍କ ମୃତଦେହ । ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଲା ଜିଆରପି ପୋଲିସ |
ମୃତକ ହେଉଛନ୍ତି ଡୁମଡୁମା ଅଞ୍ଚଳର ନିରଞ୍ଜନ ସାହୁ ବୋଲି ଜଣାପଡ଼ିଛି । ରାଜଧାନୀ ଭୁବନେଶ୍ୱରରେ ଏଭଳି ଅଘଟଣ ଘଟିଛି । ଗାର୍ଲଫ୍ରେଣ୍ଡଙ୍କ ସହ କୌଣସି କାରଣରୁ ବଚସା ହୋଇଥିଲା । ପରେ ଗାର୍ଲଫ୍ରେଣ୍ଡଙ୍କ ପରିବାର ଲୋକ ଆସି ନିରଞ୍ଜନଙ୍କ ଘର ସାମ୍ନାରେ ଝଗଡ଼ା କରିଥିଲେ ।

ଏହା ସହ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ । ଏଥିରେ ଚିନ୍ତିତ ହୋଇ ନିରଞ୍ଜନ ଘରୁ ପଳାଇ ଥିଲେ । ତେବେ ନିରଞ୍ଜନଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ସରକନ୍ତରା ବାହାଦଲପୁର ରେଲୱେ କ୍ରସିଙ୍ଗ ନିକଟରେ ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଜିଆରପି ପୋଲିସ ପହଞ୍ଚି ନିରଞ୍ଜନଙ୍କ ମୃତଦେହ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଛି । ଅନ୍ୟପଟେ ପ୍ରେମ ସମ୍ପର୍କରୁ ହତ୍ୟା ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ଯୁବକଙ୍କ ପରିବାର ଲୋକେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The train jumped ahead and the lover lost his life | Argus News