Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଓଡ଼ିଶାରୁ  JSWର ଇଭି ପ୍ରକଳ୍ପ ସ୍ଥାନାନ୍ତର ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ

Odisha

ଓଡ଼ିଶାରୁ  JSWର ଇଭି ପ୍ରକଳ୍ପ ସ୍ଥାନାନ୍ତର ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ

Manini Pattanayak
Browse all articles by Manini Pattanayak
·1 year ago·1 min read
ଓଡ଼ିଶାରୁ  JSWର ଇଭି ପ୍ରକଳ୍ପ ସ୍ଥାନାନ୍ତର ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ

ଭୁବନେଶ୍ୱର:   ଓଡ଼ିଶାରୁ  JSWର ଇଭି ପ୍ରକଳ୍ପ ସ୍ଥାନାନ୍ତର ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ।  ସ୍ପଷ୍ଟ କଲେ ଜେଏସଡବ୍ୟୁ କର୍ତ୍ତୃପକ୍ଷ। JSWର କାର୍ଯ୍ୟନିର୍ବାହୀ ଉପସଭାପତି ରଂଜନ ନାୟକ କହିଛନ୍ତି ଓଡିଶାରୁ ଯିବନି ପ୍ରକଳ୍ପ। ଜାତୀୟ ଗଣମାଧ୍ୟମରେ ପ୍ରକଳ୍ପ ସ୍ଥାନାନ୍ତର ଚର୍ଚ୍ଚା ପରେ ଶିଳ୍ପ ମନ୍ତ୍ରୀ କହିଥିଲେ JSW ସହ ଏ ବାବଦରେ କଥା ହେବେ।  ମେକ ଇନ ଓଡିଶା କନକ୍ଲେଭ ସମୟରେ ଓଡିଶାରେ ଇଭି ପ୍ଲାଣ୍ଟ ସ୍ଥାପନ ପାଇଁ ଚୁକ୍ତି ସ୍ବାକ୍ଷର କରିଥିଲା  JSW ।

 ଚୁକ୍ତି ଅନୁସାରେ ଓଡିଶାରେ ପ୍ରସ୍ତାବିତ EV ପ୍ଲାଣ୍ଟରେ JSW ଗ୍ରୁପ 40ହଜାର କୋଟି ପୁଞ୍ଜି ନିବେଶ କରିବାକୁ ଥିବା ବେଳେ ନରାଜରେ EV ପ୍ଲାଣ୍ଟ ପାଇଁ ୯୦୦ ଏକର  ଓ  ପାରାଦୀପରେ EV ବ୍ୟାଟେରୀ ପ୍ଲାଣ୍ଟ ପାଇଁ ୪୦୦ ଏକର ଜମି ସରକାର ଯେଗାଇବେ ବୋଲି କହିଥିଲେ ।  ନରାଜର ଜମିକୁ ପୂର୍ବରୁ ଟାଟା କମ୍ପାନୀକୁ ଦେଇଥିଲେ ସରକାର। ତେବେ ପରବର୍ତ୍ତି ସମୟରେ ଏଠାରେ ଟାଟା ପ୍ରକଳ୍ପ ନ କରିବାକୁ ଜମି ଜେଏସ ଡବ୍ୟୁକୁ ଦେବାକୁ କହିଥିଲେ ପୂର୍ବ ସରକାର। ସେପଟେ ଜମି ମୁଲ୍ୟ ବଢିଥିବା ଦାବି କରି ଅଧିକ କ୍ଷତିପୂରଣ ଦାବିରେ କୋର୍ଟକୁ ଯାଇଥିଲେ ସ୍ଥାନୀୟ ଲୋକେ  । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The transfer of JSW's EV project from Odisha is in the limelight | Argus News