Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପାନୀୟ ଜଳ ସମସ୍ୟାରେ ସନ୍ତୁଳିତ ହେଉଛନ୍ତି ଆଦିବାସୀ ସାନ୍ତାଳି

Odisha

ପାନୀୟ ଜଳ ସମସ୍ୟାରେ ସନ୍ତୁଳିତ ହେଉଛନ୍ତି ଆଦିବାସୀ ସାନ୍ତାଳି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପାନୀୟ ଜଳ ସମସ୍ୟାରେ ସନ୍ତୁଳିତ ହେଉଛନ୍ତି ଆଦିବାସୀ ସାନ୍ତାଳି

ଅର୍ଗସ ବ୍ୟୁରୋ:  ମୟୁରଭଞ୍ଜର ପୋଡ଼ାଗଡ଼। ଅଧିବାସୀ ଏଧୁସିତ ଏହି ଗାଁରେ ପ୍ରାୟ 90ପରିବାର ବସ ବାସ କରନ୍ତି। ମାତ୍ର ସରକାରଙ୍କ ବସୁଧା ଯୋଜନା ଏଠାରେ ଫେଲ୍। ଘରକୁ ଘର ଟ୍ୟାପ ପାଣି ଯୋଗାଣ ଏଠାରେ ଏବେବି ସାତ ସପନ। ବର୍ଷା ଦିନରେ ଜଳର ଅଭାବ ଗ୍ରାମବାସୀଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି l ଗାଁରେ 2ଟି ନଳକୂପ ଥିବା ବେଳେ ସେଥିରୁ ଗୋଟିଏ  ନଳକୂପ ଅଚଳ । ଆଉ ଗୋଟିଏ ଉପରେ ପୁରା ଗ୍ରାମବାସୀ ନିର୍ଭର କରୁଥିବାରୁ ପାଣି ପାଇଁ ସମସ୍ୟ ଉପୁଜୁଛି। 

ପୋଡ଼ାଗୋଡ ଗାଁରେ ସୋଲାର ଯୋଜନାରେ ପାଣି ଟାଙ୍କି ବସିଥିଲା। ମାତ୍ର ତାହା ଏବେ ଅଚଳ । ଘରେ ପାଣି ଟ୍ୟାପ ଲାଗିଥିଲେ ସୁଧା ପିଇବା ପାଣି ମୁନ୍ଦାଏ ପାଉନାହାନ୍ତି ଗ୍ରାମବାସୀ।  ଗାଁ ରେ ଯଦିଓ ଗୋଟିଏ ସରକାରୀ ଗଭୀର କୂଅ ଅଛି ତାହା ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଖରା ଦିନରେ କୂଅର ପାଣି ସୁଖି ଯାଏ, ବର୍ଷା ଦିନରେ କୂଅର ପାଣି ଗୋଳିଆ ହୋଇ ପଡେ।  ତେଣୁ କୂଅର ପାଣି ବ୍ୟବହାର ହୋଇ ପାରୁନାହିଁ । ଦୁର୍ଗମରେ ଜଳ ଯନ୍ତ୍ରଣା , ପାଣି ପାଇଁ ସଂଗ୍ରାମ କରୁଛନ୍ତି ଉପାନ୍ତବାସୀ। ସରକାରୀ ଯୋଜନା ଏଠି ପହଞ୍ଚିଛି ସତ କିନ୍ତୁ ଏହାର ଲାଭ ପାଉ ନାହାନ୍ତି ଗରିବ ଆଦିବାସୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
The tribal Santali are grappling with the problem of drinking water | Argus News