Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଭିଶପ୍ତ ଜୀବନ ବିତାଉଛନ୍ତି ଆଦିବାସୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଅଭିଶପ୍ତ ଜୀବନ ବିତାଉଛନ୍ତି ଆଦିବାସୀ

ଅର୍ଗସ ବ୍ୟୁରୋ:  ଓଡ଼ିଶାର ଆଦିମ ଆଦିବାସୀଙ୍କୁ ଅଣଦେଖା। ମୌଳିକ ସୁବିଧା ବିନା ଦୁର୍ଦ୍ଦିନରେ ମାଙ୍କିଡ଼ିଆ, ଖଡିଆ ପରିବାର। ମୟୁରଭଞ୍ଜ କରଞ୍ଜିଆ ବ୍ଲକ ପାଟିବିଲ ପଞ୍ଚାୟତରେ ପ୍ରଶାସନ ପକ୍ଷରୁ ଖଡିଆ, ମାଙ୍କଡ଼ିଆଙ୍କୁ ଥଇଥାନ କରାଯାଇଥିଲା। ଶିମିଳିପାଳ ଘଞ୍ଚ ଜଙ୍ଗଲ ଭିତରୁ ପ୍ରତିଶୃତି ଦେଇ ଖଡିଆ, ମାଙ୍କଡ଼ିଆ ଙ୍କୁ ବାହାର କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କେନ୍ଦୁମୁଣ୍ଡି ଠାରେ ଖଡିଆ କଲୋନୀରେ 32ପରିବାରଙ୍କୁ  ଥଇଥାନ କରାଯାଇଥିଲା। ମାତ୍ର  କିଛିବର୍ଷ ସହାୟତା ପରେ ପ୍ରଶାସନ ଭୁଲି ଗଲା ପ୍ରତିଶୃତି।

ଖଡିଆ କଲୋନୀରେ ରୁହନ୍ତି 32ପରିବାର। ଦୀର୍ଘ ବର୍ଷ ହେବ କଲୋନୀରେ ସରକାର ଙ୍କ ତରଫରୁ ଆଜେଷବେଷ୍ଟର  ଘର ଦିଆଯାଇଥିଲା, ଯାହାକି ଏବେ ପ୍ରାୟ ଭାଙ୍ଗି ଗଲାଣି, କଲୋନି ଭିତର ରାସ୍ତା ନଷ୍ଟ ହୋଇଯାଇଛି,  କଲୋନୀରେ ପାନୀୟ ଜଳର ମଧ୍ୟ୍ ସମସ୍ୟା ରହିଛି, ଗୋଟିଏ ଗଭୀର ନଳକୂପ ସେ ବି ଦୀର୍ଘ ବର୍ଷ ହେବ ନଷ୍ଟ ହୋଇଯାଇଛି, କେନ୍ଦୁମୁଣ୍ଡି  ନିକଟ ହାଟ ପଡିଆରେ ଏକ ବସୁଧା ଯୋଜନାରେ ସମସ୍ତଙ୍କ ପାଇଁ ପିଇବା ପାଣି ପାଇବା ପାଇଁ ଉଚ୍ଚ ପାଣିଟାଙ୍କି ନିର୍ମାଣ ହୋଇଛି ହେଲେ ଆସୁନି ପାଣି ।

ସରକାର ସିନା ଜଙ୍ଗଲରୁ ଆଣି କଲୋନୀରେ ରଖିଲେ ହେଲେ ରୋଜଗାରର ବ୍ୟବସ୍ଥା କଲେନି, ଯେଉଁ ଘର ଦେଲେ ସେ ଜାଗାରେ ରହୁଥିବା ଲୋକଙ୍କ ନାମରେ ଜାଗାର ପଟା କଲେନି, ଲୋକଙ୍କ ନାମରେ ପଟା ନଥିବାରୁ ଛୁଆଙ୍କ ପାଠ ପଢାଇବାରେ ବହୁ ଅସୁବିଧାର ସମୁଖୀନ ହେବାକୁ ପଡୁଛି । ଏବେ ସହାୟତା ଭାବେ ମିଳୁଛି କେବଳ ଚାଉଳ। ଦୁର୍ଦଶାରେ ଖଡିଆ, ମାଙ୍କଡ଼ିଆ ବସ୍ତି। ଅଭିଶପ୍ତ ଜୀବନ ବିତାଉଛନ୍ତି ଖଡିଆ କଲୋନୀରେ 32ପରିବାର। ଏପଟେ ପ୍ରଶାସନ କେବଳ ଥଇଥାନ କରି ଦେଇ ଖୁସି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
The tribals are living a cursed life | Argus News