Videos
|
Odisha

ଟ୍ରକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Ritu Das
Browse all articles by Ritu Das
·2 years ago
ଟ୍ରକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଅର୍ଗସ ବ୍ୟୁରୋ: ଆଜି କୋରାପୁଟ ଜିଲା କୋଟପାଡ଼ ମହାବିଦ୍ୟାଳୟ ନିକଟସ୍ଥ ଜାତୀୟ ରାଜପଥ ୬୩ ପାର୍ଶ୍ୱ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ୍‌ରେ କୌଣସି କାରଣ ବଶତଃ  ନିଆଁ ଲାଗି ଯାଇଥିଲା। ଟ୍ରକ୍‌ ଭିତରେ ଡ୍ରାଇଭର ଏକ ଗ୍ୟାସ୍‌ ଚୁଲାରେ ରୋଷେଇ କରୁଥିବା ସମୟରେ ହଠାତ୍‌ ନିଆଁ ଲାଗିଯିବାରୁ ଡ୍ରାଇଭର ଗାଡ଼ିରୁ ଡେଇଁ ପଡ଼ିଥିଲେ। 

ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିବା ଯାତ୍ରୀ ତୁରନ୍ତ କୋଟପାଡ଼ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ଟ୍ରକ୍‌ଟି ୫୦ ପ୍ରତିଶତ ପୋଡ଼ିଯାଇଥିଲା। ପୋଡ଼ା ଟ୍ରକ୍‌ ମଧ୍ୟରୁ ଏକ ୧୫ କେଜି ଗ୍ୟାସ୍‌ ଟାଙ୍କି ଉଦ୍ଧାର କରାଯାଇଛି। ଘଟଣାସ୍ଥଳକୁ ପୋଲିସ ପହଞ୍ଚି ତଦନ୍ତ କରୁଥିବାର ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The truck caught fire, | Argus News