Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାରକୁ ଧକ୍କା ଦେଲା ଟ୍ରକ୍ : ଦୁଇ ମୃତ

Rashmita Mishra
Browse all articles by Rashmita Mishra
·2 years ago·1 min read
କାରକୁ ଧକ୍କା ଦେଲା ଟ୍ରକ୍ : ଦୁଇ ମୃତ

ଅର୍ଗସ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ରାଜପଥର  ଛତ୍ରଗଡ଼ ଛକରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।ଏଥିରେ ୨ ଜଣ ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ସୂଚନାନୁଯାୟୀ ଭୁବନେଶ୍ୱର ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା ଏକ ଟ୍ରାଭେଲା କାର୍  ଆଉ ତା' ପଛରେ ଯାଉଥିଲା ଏକ  ଆଇରନ୍ ବୋଝେଇ ଟ୍ରକ୍ । ବାଲୁଗାଁ ନିକଟସ୍ଥ  ଛତ୍ରଗଡ଼ ଛକରେ ଟ୍ରାଭେଲାକୁ ପଛପଟୁ ଧକ୍କା ଦେଇଥିଲା ଆଇରନ୍ ବୋଝେଇ ଟ୍ରକ୍  l ଫଳରେ ଟ୍ରାଭେଲାରେ ଥିବା ୨ ଜଣ ବ୍ୟକ୍ତି ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି l ମୃତ ବ୍ୟକ୍ତି ଦୁହେଁ  ହେଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଞ୍ଚଳର ଟ୍ରାଭେଲା ଡ୍ରାଇଭର୍ ବିଦ୍ୟାଧର ବେହେରା ଏବଂ ଟ୍ରାଭେଲା ମାଲିକ ମନୋରଞ୍ଜନ ପାଣିଗ୍ରାହୀ l ନାଭାଲ ଫାଣ୍ଡି ଅଧିକାରୀ ରବୀନ୍ଦ୍ରନାଥ ଗୌଡ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଅପରପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି l

ଅଧିକ ପଢନ୍ତୁ ଭାରତ ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
The truck hit the car, killing two | Argus News