Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଦୁଅ ରାସ୍ତାରେ ଜୋରଜବରଦସ୍ତ ଯାଉଛି ଟ୍ରକ୍

Manini Pattanayak
Browse all articles by Manini Pattanayak
·1 year ago·2 min read
କାଦୁଅ ରାସ୍ତାରେ ଜୋରଜବରଦସ୍ତ ଯାଉଛି ଟ୍ରକ୍

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମାଡକାମୀଗୁଡାରେ ଅଭିନବ ଉପାୟରେ ଚାଷୀଙ୍କ ପ୍ରତିବାଦ । କାଦୁଅ ଭର୍ତ୍ତି ରାସ୍ତାରେ ବାଲି ଟ୍ରକ ଚଳାଚଳ ବିରୋଧରେ ରାସ୍ତାରେ ଧାନ ତଳି ରୋଇଛନ୍ତି ଚାଷୀ ।  ଅସାଧୁ ଅଫିସର ଓ ବାଲି ମାଫିଆଙ୍କ ମେଣ୍ଟ ଭାଙ୍ଗିବାକୁ ପ୍ରଶାସନକୁ ନିବେଦନ କରିଛନ୍ତି ଗାଁଲୋକ ।  ମାନୁ ନାହାନ୍ତି ମାଫିଆ । କାଦୁଅ ଭର୍ତ୍ତିରେ ରାସ୍ତାରେ ଗାଁ ଲୋକେ ଚାଲି ପାରୁନଥିବାବେଳେ ଟ୍ରକରେ ଚାଲୁଛି ବାଲି ଚୋରା ଚାଲାଣ । ବଢୁଛି ବିପଦ । ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ମାଡକାମୀଗୁଡାବାସୀ ଶେଷରେ ଅଭିନବ ଉପାୟରେ କରିଛନ୍ତି ବିରୋଧ । ରାସ୍ତାରେ ରୋଇଛନ୍ତି ଧାନ ।

ଏହି ରାସ୍ତା ଉପରେ ପ୍ରାୟ ପନ୍ଦର ଖଣ୍ଡ ଗାଁ ଲୋକେ ନିର୍ଭର କରୁଛନ୍ତି । ବ୍ଲକ କାର୍ଯ୍ୟ, ସ୍କୁଲ କଲେଜ କିମ୍ବା ହାଟ ବଜାର ଯିବା ପାଇଁ ଲୋକେ ଏହି ରାସ୍ତାରେ ଯାତାୟତ କରିଥାନ୍ତି । କିନ୍ତୁ ଅସରାଏ ବର୍ଷାରେ ସ୍ଥିତି ବେହାଲ ହୋଇଯା । ରାସ୍ତାରେ ଚାଲିବା ଅସମ୍ଭବ ହୋଇପଡ଼େ । ଏପରିକି ବର୍ଷାଦିନେ ଜରୁରୀ ସମୟରେ ଗାଁରେ ପହଞ୍ଚି ପାରେନି ଆମ୍ବୁଲାନ୍ସ କି ଦମକଳ । ଏପଟେ ବୋଝ ଉପରେ ନଳିତା ବିଡ଼ା ପରି ଘୋ ଘୋ ନାଦ କରି ସବୁଦିନ ଟ୍ରକ୍ ଯାଉଥିବାରୁ ଅଞ୍ଚଳବାସୀ ନାକେଦମ ହୋଇଛନ୍ତି । ଗାଁ ରାସ୍ତାରେ ଟ୍ରକର ବାଲି ଚାଲାଣକୁ ନେଇ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ବାଲି ମାପିଆଙ୍କୁ ଏହି ରାସ୍ତା ଦେଇ ବାଲି ନନେବାକୁ ଅନକ ଥର ଲୋକେ ବାରଣ କରି ଆସୁଥିଲେ ବି ମାପିଆମାନେ କଥାକୁ ଖାତିର କରୁ ନାହାନ୍ତି ।  ରାଜ୍ୟରେ ନୂଆ ସରକାର ବିକାଶ ମୂଳକ କାର୍ଯ୍ୟକୁ ପ୍ରାଥମିକତା ଦେଉଥିବାବେଳେ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଅସାଧୁ ଅଫିସର ଓ ବାଲି ମାଫିଆଙ୍କ ମେଣ୍ଟ ଭାଙ୍ଗିବାକୁ ଲୋକେ ପ୍ରଶାସନକୁ ନିବେଦନ କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The truck is speeding on the muddy road | Argus News