Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ଦୁଇ କାଉଡିଆଙ୍କ ସହ ଜଣେ ବୃଦ୍ଧଙ୍କ ଉପରେ ଚଢିଗଲା ଟ୍ରକ 

Manini Pattanayak
Browse all articles by Manini Pattanayak
·1 year ago
 ଦୁଇ କାଉଡିଆଙ୍କ ସହ ଜଣେ ବୃଦ୍ଧଙ୍କ ଉପରେ ଚଢିଗଲା ଟ୍ରକ 

ବ୍ରହ୍ମପୁର:  ଗଞ୍ଜାମ ଜିଲ୍ଲା ଖଲ୍ଳିକୋଟ ଥାନା ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥରେ ଡିମିରିଆ ଛକ ନିକଟରେ ଘଟିଛି ଅଘଟଣ । 3 ଜଣଙ୍କ ଉପରେ ମାଡ଼ି ଗଲା ଟ୍ରକ । ଦୁଇ କାଉଡିଆଙ୍କ  ସହ ଅନ୍ୟ ଜଣେ ପଥଚାରୀଙ୍କ ଉପରେ ଚଢ଼ି ଗଲା ମାଛ ବୋଝେଇ ଟ୍ରକ ।

ମୃତ 2 ଜଣ କାଉଡିଆ ବାଣପୁର ଅଞ୍ଚଳର ରଞ୍ଜି ନାୟକ ଓ ପପୁ ନାୟକ । ଉଭୟ ଋଷିକୂଲ୍ୟା ନଦୀରୁ ପାଣିଭାର ଉଠାଇ ବାଲୁଗାଁ ସ୍ଥିତ ଉମାମହେଶ୍ବର ମନ୍ଦିର ଅଭିମୁଖେ ଯାଉଥିଲେ। ମୃତ ପଥଚାରୀ ଖଲ୍ଳିକୋଟ ଥାନା  ଦଲିବାଟି ଗ୍ରାମର ବନମାଳୀ ପାତ୍ର । ମାଛ ବୋଝେଇ ଟ୍ରକଟି ଆନ୍ଧ୍ରପ୍ରଦେଶରୁ କଲିକତା ଅଭିମୁଖେ ଯାଉଥିଲା। ଘଟଣା ସ୍ଥଳରେ ଟ୍ରକଟି ରାସ୍ତା ଉପରେ ଓଲଟି ଯାଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The accident took place near Dimiria Street on National Highway No. 16 under Khallikot police station of Ganjam district. The truck ran over 3 people | Argus News