ଘର ଉପରେ ଚଢ଼ିଗଲା ଟ୍ରକ: ବୃଦ୍ଧା ମୃତ, ଅଳ୍ପକେ ବର୍ତ୍ତିଲେ ୬ ସଦସ୍ୟ
·2 years ago·1 min read

ଅର୍ଗସ ବ୍ୟୁରୋ: ଘର ଉପରେ ଏକ ଟ୍ରକ ମାଡ଼ିଯାଇଛି। ଫଳରେ ଘରେ ଥିବା ଜଣେ ୬୫ବର୍ଷୀୟା ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ଏହାସହିତ ଘରେ ଥିବା ଅନ୍ୟ ୬ଜଣ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଦାଣ୍ଡବୋସ ଠାରେ।
ତେବେ ସୂଚନା ଅନୁସାରେ ଆଜି ଭୋର ସକାଳ ସମୟରେ ଏକ ଟ୍ରକ୍ OR 09P 9241 ଟାଟାନଗରରୁ ରାଇରଙ୍ଗପୁର ପଟକୁ ଆସୁଥିଲା। ଘଟଣାରେ ମୃତ୍ୟୁ ବରଣ କରିଥିବା ବୃଦ୍ଧା ଜଣକ ଦାଣ୍ଡବୋସ ଗ୍ରାମର କମଳା ପାତ୍ର (୬୫) ବୋଲି ଜଣା ପଡିଛି। ପରିବାର ଏବଂ ଗ୍ରାମବାସୀଙ୍କ ଦ୍ୱାରା ୨୨୦ ନମ୍ୱର୍ ଜାତୀୟ ରାଜପଥ ଅବରୋଧ କରାଯାଇଛି। ଉକ୍ତ ପରିବାରକୁ କ୍ଷତି ପୂରଣ ନ ମିଳିବା ଯାଏ ପରିବାର ଲୋକେ ରାସ୍ତାରୁ ହଟିବେନି ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି।
ଦୀର୍ଘ ପାଞ୍ଚ ଘଣ୍ଟା ହେଲାଣି ଜାତୀୟ ରାଜପଥ ଅବରୋଧ ହୋଇଛି ,ଅବରୋଧ ହଟାଇବାକୁ ପୋଲିସ ନାକେଦମ୍ ହୋଇପଡ଼ିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: