Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଇଇଡି ବିସ୍ଫୋରଣରେ ୨ ଯବାନ ସହିଦ

Manini Pattanayak
Browse all articles by Manini Pattanayak
·2 years ago·1 min read
ଆଇଇଡି ବିସ୍ଫୋରଣରେ ୨ ଯବାନ ସହିଦ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମାରେ ନକ୍ସଲଙ୍କ ବର୍ବର କାଣ୍ଡ । ଆଇଇଡି ବିସ୍ଫୋରଣରେ ୨ ଯବାନ ସହିଦ।ସୁରକ୍ଷାବଳ ପକ୍ଷରୁ ସିଲଗେର ଅଞ୍ଚଳକୁ ସର୍ଚ୍ଚ ଅପରେସନ ଜୋରଦାର। ସକାଳେ କମ୍ବିଂ ଅପରେସନରେ ଯାଉଥିବାବେଳେ ନକ୍ସଲ ଆକ୍ରମଣର ଶିକାର ହୋଇଥିଲେ ସିଆରପିଏଫ୍‌ କୋବ୍ରା ୨୦୧ ବାଟାଲିୟନ୍‌ର ଯବାନ। 

ସୂଚନା ଅନୁସାରେ, ସିଲଗେର ଏବଂ ତେକୁଲାଗୁଡେମ ମଧ୍ୟରେ ଏହି ବିସ୍ଫୋରଣ କରାଇଛନ୍ତି ନକ୍ସଲ । ରାସନ୍ ସାମଗ୍ରୀ ନେଇ ଯବାନ କ୍ୟାମ୍ପକୁ ଫେରିବା ବେଳେ ଏହି ଆଇଡି ବିସ୍ଫୋରଣ ହୋଇଛି । ଯବାନଙ୍କ ଏକ ଟ୍ରକକୁ ଆଇଡି ବ୍ଲାଷ୍ଟ କରି ଉଡ଼ାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସହିଦ ଯବାନମାନଙ୍କ ପାର୍ଥିବ ଶରୀର ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି । ଏହି ଆକ୍ରମଣରେ ସହିଦ ହୋଇଥିବା ୨ ଜଣ ଯବାନ ସିଆରପିଏଫ କୋବ୍ରା ୨୦୧ ବାଟାଲିୟନର ବୋଲି ଜଣାଯାଇଛି ।

ସେପଟେ ସୁରକ୍ଷାବଳ ସୁକମା ଜିଲ୍ଲାରେ ପ୍ରଚୁର ପରିମାଣରେ ଜାଲ ନୋଟ ସହିତ ଛାପିବା ମେସିନ ପାଇଁ ବ୍ୟବହୃତ ଉପକରଣ ଜବତ କରିଛି । ଏ ନେଇ ଜଣେ ବରିଷ୍ଠ ପୋଲିସ କର୍ମୀ ସୂଚନା ଦେଇଛନ୍ତି । ତେବେ ପ୍ରଥମ ଥର ପାଇଁ ଏଠାରୁ ଏତେ ପରିମାଣର ଜାଲ ନୋଟ ଜବତ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 

Sponsored