ଧରାପଡ଼ିଲା ରୋଜଗାର ନେଇ ବିଜେଡି ସରକାରଙ୍କ ବାହାସ୍ଫୋଟର ସତ

- ଧରାପଡ଼ିଲା ରୋଜଗାର ନେଇ ବିଜେଡି ସରକାରଙ୍କ ବାହାସ୍ଫୋଟର ସତ
- 24 ବର୍ଷର ବିଫଳତାର ବୋଝ ବୋହୁଛନ୍ତି ଓଡ଼ିଶାର ଯୁବବର୍ଗ
- ଇଣ୍ଡିଆ ଏମ୍ପ୍ଲୋୟମେଣ୍ଟ ରିପୋର୍ଟ 2024ରେ ସାଂଘାତିକ ଖୁଲାସା
- ଯୁବବର୍ଗଙ୍କୁ ରୋଜଗାର ଦେବାରେ ଦେଶରେ ସବୁଠୁ ପଛରେ ଓଡ଼ିଶା
- ରିପୋର୍ଟ ପୋଷ୍ଟ କରି ବିଜେଡି ସରକାରଙ୍କୁ ଘେରିଲେ ବିରୋଧୀ
- ଓଡ଼ିଶାର ଯୁବବର୍ଗଙ୍କ ପାଇଁ ଆଶା ସଂଚାର କରିଛନ୍ତି ପିଏମ୍ ମୋଦି
ଅର୍ଗସ ବ୍ୟୁରୋ: ଇଣ୍ଟରନ୍ୟସନାଲ ଲେଗର ଅର୍ଗାନାଇଜେସନ୍ ଏବଂ ଇନଷ୍ଟିଚ୍ୟୁଟ୍ ଫର ହ୍ୟୁମାନେ ଢଭଲପମେଣ୍ଟ ପକ୍ଷରୁ ପ୍ରକାଶିତ ଇଣ୍ଡିଆ ଏମ୍ପ୍ଲୋୟମେଣ୍ଟ ରିପୋର୍ଟ 2024ରେ ସାମ୍ନାକୁ ଆସିଛି ଚମକାଇଲା ଭଳି ତଥ୍ୟ। ଯୁବବର୍ଗଙ୍କୁ ରୋଜଗାର ଦେବାରେ ଓଡ଼ିଶା ଦେଶର ସବୁଠୁ ପଛୁଆ ରାଜ୍ୟ। 2005ରେ ଓଡ଼ିଶାରେ ଯୁବବର୍ଗଙ୍କ ରୋଜଗାରର ସ୍ଥିତି ଯାହା ଥିଲା 17 ବର୍ଷ ପରେ ବି 2022ରେ ସମାନ ସ୍ଥିତି। ଅର୍ଥାତ 24 ବର୍ଷର ବିଜେଡି ଶାସନରେ ଯୁବବର୍ଗଙ୍କୁ ରୋଜଗାର ଦେବାରେ ସଂପୂର୍ଣ୍ଣ ଫେଲ ମାରିଛନ୍ତି ବିଜେଡି ସରକାର। ଦେଶର 22ଟି ବଡ଼ ରାଜ୍ୟକୁ ନେଇ କରାଯାଇଥିବା ସର୍ଭେରେ ଓଡ଼ିଶା 0.41 ସ୍କୋର ସହ 21 ତମ ସ୍ଥାନରେ ରହିଛି। ସେହି ସମାନ ସ୍କୋର ସହ ବିହାର ରହିଛି 22 ତମ ସ୍ଥାନରେ। ଯେତେବେଳେ କି 0.79 ସ୍କୋର ସହ ଯୁବବର୍ଗଙ୍କୁ ରୋଜଗାର ଦେବାରେ ଦିଲ୍ଲୀ 1 ନମ୍ବର ର୍ୟାଙ୍କ ହାସଲ କରିଛି। ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ।
24 ବର୍ଷର ବିଜେଡି ସରକାରର ବିଫଳତାର ବୋଝ ବୋହୁଛନ୍ତି ଓଡ଼ିଶାର ଯୁବବର୍ଗ। ରାଜ୍ୟରେ ଅମାପ ଖଣିଜ ସମ୍ପଦ, ଜଳ ସମ୍ପଦ ଓ ବନ୍ୟ ସମ୍ପଦ ଥିବା ଥିବା ସତ୍ତ୍ବେ ଯୁବବର୍ଗ ପାଇଁ ରୋଜଗାର ସୃଷ୍ଟି କରିବାରେ ସଂପୂର୍ଣ୍ଣ ବିଫଳ ରାଜ୍ୟ ସରକାର। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଶେଷ କୃପା ଯୋଗୁଁ ଖଣି ରାଜସ୍ବରୁ ବିଜେଡି ସରକାର ବାର୍ଷିକ ପ୍ରାୟ 50 ହଜାର କୋଟିର ରାଜ୍ୟସ୍ବ ପାଉଛନ୍ତି। କିନ୍ତୁ ଯୁବ ବର୍ଗଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ଦିଗରେ କୌଣସି ଠୋସ୍ ପଦକ୍ଷେପ ନିଆଯାଉନି। ଯାହାର ପରିଣାମ ଏହି ରିପୋର୍ଟରେ ପ୍ରତିଫଳିତ ହୋଇଛି। ଏବେ 24 ବର୍ଷର ହିସାବ ମାଗୁଛି ଓଡ଼ିଶାର ଯୁବ ବର୍ଗ।
ଏବେ ପ୍ରଶ୍ନ ଉଠୁଛି ରୋଜଗାର ସୃଷ୍ଟିରେ ଜାତୀୟ ଧାରା ସହିତ କାହିଁକି ତାଳ ଦେଇପାରୁନି ଓଡ଼ିଶା ? 24 ବର୍ଷ ଧରି ନିରଙ୍କୁଶ କ୍ଷମତା ସତ୍ତ୍ବେ ରୋଜଗାରର ସମ୍ଭାବନା ସୃଷ୍ଟି କରିବାର କାହିଁକି ବିଫଳ ବିଜେଡି ସରକାର ? ଏଭଳି ସ୍ଥିତିରେ ଓଡ଼ିଶାର ଓଡ଼ିଶାର ଯୁବବର୍ଗଙ୍କ ମଧ୍ୟରେ ଆଶାସଂଚାର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ରାଜ୍ୟ ସରକାର ରୋଜଗାର ଅଭାବ ଓ ଦାଦନ ସମସ୍ୟାକୁ ଏଡାଇ ଆସୁଥିବା ବେଳେ କରୋନା ସମୟରେ ଏହାର ସତ ସାମ୍ନାକୁ ଆସିଥିଲା। ଓଡ଼ିଶାକୁ ପ୍ରାୟ 10 ଲକ୍ଷ ଶ୍ରମିକ ବାହାର ରାଜ୍ୟରୁ ଫେରିଥିଲେ। ସେତେବେଳେ ସେମାନଙ୍କୁ କର୍ମନିଯୁକ୍ତି ଯୋଗାଇଦେବାକୁ ବିଜେଡି ସରକାର ବଡ ବଡ ଘୋଷଣା କରିଥିଲେ। କୋଭିଡ ସମୟରେ ରାଜ୍ୟକୁ ଫେରିଥିବା ଶ୍ରମିକଙ୍କ ମଧ୍ୟରୁ ଅଧାରୁ ଅଧିକ ଥିଲେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମର। ସରକାର କହିଥିଲେ ସମସ୍ତଙ୍କୁ ତାଲିମ ସହ ରୋଜଗାର ଦେବେ। ହେଲେ ବିଜେଡି ସରକାର ରୋଜଗାର ଦେବାରେ ବିଫଳ ହେଲେ। କୋଭିଡ ପରେ ପୁଣି ସମସ୍ତେ ହେଲେ ବାହାର ରାଜ୍ୟ ମୁହାଁ। ଏହା 24 ବର୍ଷର ବିଜେଡି ସରକାରର ପୁରୁଷାର୍ଥ ଉପରେ ଉଠାଇଛି ପ୍ରଶ୍ନ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: