Videos
|
Odisha

ନଳକୂପ ଦେଉଛି ଧୋକା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନଳକୂପ ଦେଉଛି ଧୋକା

ଅର୍ଗସ ବ୍ୟୁରୋ:  ଗାଁ ଦାଣ୍ଡରେ ଷ୍ଟାଣ୍ଡପୋଷ୍ଟ କରୁଛି ଉପହାସ । ଶୋଷ ମେଣ୍ଟାଉଛି କୂଅ ଓ ନଳକୂପର ଗୋଳିଆ ପାଣି । ଖତାଖାଉଛି ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମିତ ପ୍ରକଳ୍ପ। ଏଭଳି ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ଅନ୍ତର୍ଗତ ତାଳଗାଁ ଗ୍ରାମପଞ୍ଚାୟତର  ଲକ୍ଷ୍ମୀପୋଷି ଗାଁରେ Iଗାଁରେ ଦୁଇଶହରୁ ଅଧିକ ପରିବାର ବସବାସ କରୁଛନ୍ତି। ଗାଁର ୬ଟି ସାହିରେ ୮ଟି ନଳକୂପ ରହିଛି। ହେଲେ ସେଥିରୁ ଅଧିକାଂଶ ଅଚଳ । ଯେଉଟି କାର୍ଯ୍ୟକ୍ଷମ ସେଥିରୁ ବାହାରୁଛି ଦୂଷିତ ଏବଂ ଗୋଳିଆ ପାଣି ।  ମାତ୍ର ପାନୀୟ ଜଳର ବିକଳ୍ପ ନଥିବାରୁ ସେହି ନଳକୂପ ପାଣି ଉପରେ ଗ୍ରାମବାସୀ ସମ୍ପୂର୍ଣ୍ଣ ନିର୍ଭରଶୀଳ।

ଜାମଦା ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ବସୁଧା ଯୋଜନାରେ ଲକ୍ଷ୍ମୀପୋଷି ଗାଁରେ ନୂତନ ପ୍ରକଳ୍ପ ନିର୍ମାଣ ଶେଷ ହୋଇଛି। ଗ୍ରାମରେ ପାଣି ଟାଙ୍କି ନିର୍ମାଣ ସହିତ ପ୍ରତ୍ୟକ ସାହିରେ ଲମ୍ବା ଲମ୍ବା  ପାଇପ   ବିଛାଯାଇ ଷ୍ଟାଣ୍ଡପୋଷ୍ଟ ମଧ୍ଯ ଲାଗିଛି । ମାତ୍ର ବସୁଧା ପ୍ରକଳ୍ପ ଆରମ୍ଭ ହୋଇ ଦୀର୍ଘ ଚାରି ବର୍ଷରୁ ଅଧିକ ହୋଇ ଥିବା ବେଳେ ନିର୍ମାଣ ଶେଷ ହେବାର ବର୍ଷକ ପରେ ବି ପ୍ରକଳ୍ପ କାର୍ଯ୍ୟକାରୀ ହୋଇନାହିଁ। ପଳେର ଲୋକେ ବାଧ୍ୟ ହୋଇ ନଳକୂପର ଗୋଳିଆ ପାଣି ପିଉଛନ୍ତି।

ଆଦିବାସୀଙ୍କୁ ବସୁଧା ଧୋକା। ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ତିଆରି ହେଲା ପ୍ରକଳ୍ପ ହେଲେ ଆସୁନି ଲୋକଙ୍କ କାମରେ। ଏପଟେ ନଳକୂପ ମଧ୍ୟ ସାଜିଛି ବଇରି। ପାଣି ନପାଇ ବାଧ୍ୟ ହୋଇ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଲକ୍ଷ୍ମୀପୋଷିବାସୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: