Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨ଜଣ ଶିକାରୀ ଗିରଫ, ୨ଟି ଦେଶୀ ବନ୍ଧୁକ ଜବତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
୨ଜଣ ଶିକାରୀ ଗିରଫ, ୨ଟି ଦେଶୀ ବନ୍ଧୁକ ଜବତ

ଅର୍ଗସ ବ୍ୟୁରୋ:  ଦୁଇ ଗିରଫ ଶିକାରୀଙ୍କୁ କୋର୍ଟଚାଲାଣ । ଶିମିଳିପାଳର ଦୁଇଟି ଭିନ୍ନ ଭିନ୍ନ ରେଞ୍ଜରୁ ୨ଜଣ ଶିକାରୀଙ୍କୁ ଗିରଫ କରିବା ସହ   ଶିକାର ପାଇଁ ବ୍ୟବହୃତ ଉପକରଣ ଓ 2ଟି ଦେଶୀ ବନ୍ଧୁକ ଜବତ କରିଛି ବନ ବିଭାଗ । ଗୁରୁବାର ଶିମିଳିପାଳ ଦକ୍ଷିଣ ଡିଭିଜନର ପୋଡାଡିହା ରେଞ୍ଜ ଅଞ୍ଚଳରୁ ଅନ୍ତର୍ଯ୍ୟାମି ନାଏକ ନାମକ ଶିକାରୀଙ୍କୁ ଗିରଫ କରିଥିଲା ବନବିଭାଗ ।

ତାଙ୍କ ଘର କପ୍ତିପଦା ଥାନା ପଥରଖଣି ଅଞ୍ଚଳରେ ହୋଇଥିବା ବେଳେ ତାଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ୭୨ଟି ଲୁହା ବଲ, ବିସ୍ଫୋରକ ସାମଗ୍ରୀ ୩୭୦ଗ୍ରାମ, ହାତତିଆରି ସୀସା ବଲ ୭ଟି, ଗୋଟିଏ ବ୍ୟାଗ ଓ ଗୋଟିଏ ଦିଆସିଲି ଜବତ୍ କରାଯାଇଛି । ସେହିପରି ଶିମିଳିପାଳ ଦକ୍ଷିଣ ଡିଭିଜନର ଜେନାବିଲ ରେଞ୍ଜରେ ଏସ୍.ଟି.ଏଫ୍ ପକ୍ଷରୁ ପାଟ୍ରୋଲିଂ ସମୟରେ ଦିଲ୍ଲୀପ ନାଏକ ନାମକ ଅନ୍ୟ ଜଣେ ଶିକରୀକୁ ଗିରଫ କରାଯାଇଥିଲା । ଦିଲ୍ଲୀପଙ୍କ ଘର ଉଦଳା ଥାନା ଖଡିକାଶୋଳ ଗ୍ରାମରେ ହୋଇଥିବାବେଳେ ତାଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ୧୫୦ଗ୍ରାମ ଗନପାଉଡର, ୧୪ଟି ଲୁହା ବଲ୍, ୨ଟି ଦିଆସିଲି ଜବତ କରାଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The two arrested poachers were arraigned | Argus News