Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାରାଦ୍ୱୀପରେ ଆରମ୍ଭ ଦୁଇ ଦିନିଆ ସାଗର କବଚ-2 ସମରାଭ୍ୟାସ

Banajyotshna Ray
Browse all articles by Banajyotshna Ray
·1 year ago
ପାରାଦ୍ୱୀପରେ ଆରମ୍ଭ ଦୁଇ ଦିନିଆ ସାଗର କବଚ-2 ସମରାଭ୍ୟାସ

ଅର୍ଗସ ବ୍ୟୁରୋ:  ପାରାଦ୍ବୀପରେ ଆଜିଠାରୁ ଆରମ୍ଭ ହେଉଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ। ଓଡ଼ିଶାର 450 କିମି ଉପକୂଳ ସୁରକ୍ଷା ପାଇଁ ଚଳାଯାଉଥିବା ଏହି ଅଭିଯାନର ନାମ ହେଉଛି ସାଗର କବଚ-2। ଏହି ସମରାଭ୍ୟାସରେ କୋଷ୍ଟଗାର୍ଡ, ମୋରାଇନ ପୋଲିସ, ନୌସେନା, ଓଡ୍ରାଫ, ସିଆଇଏସଏଫ୍, ଗୁଇନ୍ଦା, କଷ୍ଟମ୍, ମତ୍ସ୍ୟ ଓ ବନ ବିଭାଗ  ଭଳି 18ଟି ବିଭାଗ ସାମିଲ ହେଉଛନ୍ତି। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା ଉପରେ ଏଥିରେ ଗୁରୁତ୍ବ ଦିଆଯାଉଛି। ଜଳପଥକୁ ସୁରକ୍ଷା ଦେଵା ସହ ଆତଙ୍କବାଦୀ ଆକ୍ରମଣକୁ କିଭଳି ଭାବେ ପ୍ରତିହତ କରାଯାଇପାରିବ ଏଥିରେ ଅଭ୍ୟାସ କରାଯିବ। ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଉପକୂଳବର୍ତ୍ତୀ ଵନ୍ଦର ଓ ସହରଗୁଡ଼ିକରେ  ମିଳିତ ସମରାଭ୍ୟାସ ସାଗର କବଚ କରାଯାଉଛି। ବର୍ଷକୁ ଦୁଇ ଥର ଏହି ଭଳି ଭାବେ ସମରାଭ୍ୟାସ ହୋଇଥାଏ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The two-day sagar kavach 2 exercise begins in Paradip | Argus News