ଅବକାରୀ ବିଭାଗ ଓ ପୁଲିସର ମିଳିତରେ ଚୋରା ମଦ ଚଢାଉ
·1 year ago

ଅର୍ଗସ ବ୍ୟୁରୋ: ଚୋରା ମଦ କାରବାର ଉପରେ ବ୍ୟାପକ ଚଢ଼ଉ ।ଅବକାରୀ ବିଭାଗ ଓ ପୁଲିସର ମିଳିତ ଭାବରେ ଚଢାଉ କରାଯାଇ ବିପୁଳ ଚୋରା ରନ୍ଧା ମଦ ଜବତ କରାଯିବା ସହ ୫ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇଛି l କେନ୍ଦ୍ରାପଡ଼ା ସହର ଏବଂ ମହାକାଳପଡ଼ା ଜମ୍ବୁ ଅଞ୍ଚଳରେ ଚଢାଉ କରାଯାଇ ୬୬୫ ଲିଟର ଦେଶୀ ମଦ ଜବତ କରାଯାଇଛି l ଟାଉନ ଥାନା ବଡ଼ହାଟ ଅଞ୍ଚଳର ମାନା ମହାରଣା ଙ୍କଠାରୁ ୫୨୫ ଲିଟର, ଜମ୍ବୁର କାଜଲ ମଣ୍ଡଳ ଙ୍କଠାରୁ ୮ ଲିଟର, ରବିନ ମିର୍ଦ୍ଧାଙ୍କ ଠାରୁ ୨୦ ଲିଟର, ବନ୍ଧନ ମାନା ଙ୍କଠାରୁ ୭ ଲିଟର ଅସ୍ତିକ ମଣ୍ଡଳଙ୍କ ଠାରୁ ୨୫ ଲିଟର ଜବତ ହୋଇଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: