ଆନ୍ତର୍ଜାତିକ ଲେଖକ ଇସାନ ପ୍ରଜ୍ଞାଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ
·2 years ago

ଅର୍ଗସ ବ୍ୟୁରୋ: ସମ୍ବଲପୁରରର ଆନ୍ତର୍ଜାତିକ ଲେଖକ ପୁରସ୍କାର ପ୍ରାପ୍ତ ଇସାନ ପ୍ରଜ୍ଞାଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୧୦ ବର୍ଷୀୟ ଇସାନ ‘ଦ ଥ୍ରୀ ଲେସନ’ ପୁସ୍ତକ ପାଇଁ ଦ ଗୋଲ୍ଡେନ ପେନ ଜୁରି ଆଓ୍ବାର୍ଡରେ ସମ୍ମାନିତ ହୋଇଛନ୍ତି। ଇସାନଙ୍କ ପ୍ରତିଭା ଆହୁରି ପ୍ରସ୍ଫୁଟିତ ହେଉ ବୋଲି ଧର୍ମେନ୍ଦ୍ର ପ୍ରଧାନ ମା’ ସମଲେଇଙ୍କ ପାଖରେ ପ୍ରାର୍ଥନା କରିଛନ୍ତି।
ଆନ୍ତର୍ଜାତିକ ସଂଗଠନ ‘ବ୍ରବିୁକ୍ସ’ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିବା ସମ୍ବଲପୁରର ୧୦ ବର୍ଷୀୟ ଇସାନ ପ୍ରଜ୍ଞାଙ୍କୁ ଟୁଇଟ କରି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୃଜନଶୀଳତା, ଶବ୍ଦକୋଷ, ବଷୟବସ୍ତୁ ଇତ୍ୟାଦି ଅନେକ ବିଷୟ ଉପରେ ଆଧାର କରି ତାଙ୍କୁ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସମ୍ମାନିତ କରାଯାଇଛି। ଏହାସହ କେନ୍ଦ୍ରମନ୍ତ୍ରୀ ଟୁଇଟରେ ଉଲେଖ କରିଛନ୍ତି ସମ୍ବଲପୁର ଲେଖାପଢା ଓ ଅଭିବ୍ୟକ୍ତିର ଗୋଟିଏ ମହାନ ପରମ୍ପରା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: