Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିର୍ବାଚନ ମଇଦାନରେ ଜନତାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ପ୍ରତିଶ୍ରୁତି

Manini Pattanayak
Browse all articles by Manini Pattanayak
·2 years ago·1 min read
ନିର୍ବାଚନ ମଇଦାନରେ ଜନତାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ପ୍ରତିଶ୍ରୁତି

ସମ୍ବଲପୁର: ସମ୍ବଲପୁର ରେଢାଖୋଲରେ ନିର୍ବାଚନ ମଇଦାନରେ ଜନତାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଛନ୍ତି ବଡ଼ ପ୍ରତିଶ୍ରୁତି । କହିଛନ୍ତି, ହଳିଆ ହୋଇ ସମ୍ବଲପୁରବାସୀଙ୍କ ସେବା କରିବେ । ମୋଦିଙ୍କ ଗ୍ୟାରେଣ୍ଟି, ଦୂର ହେବ ବିଡ଼ି ଶ୍ରମିକଙ୍କ ସମସ୍ୟା । ଏହାସହ ଡବଲ ଇଞ୍ଜିନ ସରକାର ଆସିଲେ ଓଡ଼ିଶାବାସୀଙ୍କ ଭାଗ୍ୟ ବଦଳିବ ବୋଲି ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସମ୍ବଲପୁର ରେଢାଖୋଲରେ ପ୍ରଚାର ମୈଦାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟାମ୍ପରଗଡ଼ରେ ଶ୍ରୀରାମ ସ୍ତୁତି ସମାରୋହରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ଓଡ଼ିଶାରେ ବି ମୋଦି ସରକାର ପାଇଁ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି, ଓଡ଼ିଶାରେ  ହେବ ଡବଲ୍ ଇଞ୍ଜିନ ସରକାର । ଦିଲ୍ଲୀରେ ସମ୍ବଲପୁରବାସୀଙ୍କ କଥା ଉଠାଇବି । ଜନତାଙ୍କ ହଳିଆ ହୋଇ ସେବା କରିବି ।  
ଗରିବ, ଦୁଃଖୀ, ବଞ୍ଚିତ ଓ ମହିଳାଙ୍କ ସ୍ବାର୍ଥ ପ୍ରତି ଅଗ୍ରାଧିକାର ଦେଉଛନ୍ତି ମୋଦି ସରକାର।  2029 ଯାଏଁ ସବୁ ଗରିବଙ୍କୁ ମାଗଣାରେ 5 କିଲୋ ଚାଉଳ ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । 2004ରୁ 2014, କଂଗ୍ରେସର 10 ବର୍ଷର ଶାସନରେ ଓଡ଼ିଶାକୁ ମିଳିଥିଲା ମାତ୍ର 3 ଲକ୍ଷ କୋଟି, ମୋଦିଙ୍କ ଶାସନର 10 ବର୍ଷରେ ଓଡ଼଼ିଶାକୁ ମିଳିଛି 18 ଲକ୍ଷ କୋଟିର ଅନୁଦାନ। କିନ୍ତୁ ବିଜେଡି ଶାସନରେ ମୋଦି ଦେଉଥିବା ଟଙ୍କା ହୋଇଯାଉଛି ବାଟମାରଣା। ଏଥିସହ ବିଡ଼ି ଶ୍ରମିକଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।  ସ୍ତୁତିସଭା ପୂର୍ବରୁ ରେଢାଖୋଲର ଡଙ୍ଗରପଡ଼ା ଶ୍ରୀ ଜଗନ୍ନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ଟାମ୍ପରଗଡ ସ୍ଥିତ ମା' ଦକ୍ଷିଣକାଳୀ ଶକ୍ତିପୀଠକୁ ଯାଇ ମଧ୍ୟ ମା'ଙ୍କ ଆଶିଷ ଲାଭ କରିଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored