|
logo
Live

Argus News - ରାଜ୍ୟ କାର୍ଯ୍ୟାଳୟରେ ‘ଅଭିଯୋଗ’ ଶୁଣିଲେ କେନ୍ଦ୍ରମନ୍ତ୍ରୀ

Odisha

ରାଜ୍ୟ କାର୍ଯ୍ୟାଳୟରେ ‘ଅଭିଯୋଗ’ ଶୁଣିଲେ କେନ୍ଦ୍ରମନ୍ତ୍ରୀ

Ritu Das
Browse all articles by Ritu Das
·2 years ago·1 min read
ରାଜ୍ୟ କାର୍ଯ୍ୟାଳୟରେ ‘ଅଭିଯୋଗ’ ଶୁଣିଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଜି ସକାଳେ କଟକ ସଦର ନିର୍ବାଚନ ମଣ୍ଡଳୀରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଶୁଣିବା ସହ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଅପରାହ୍ନରେ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହାପରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ରେଳ କ୍ରିୟାନୁଷ୍ଠାନ କମିଟି, କାର୍ଯ୍ୟକର୍ତ୍ତାଙ୍କଠାରୁ ‘ଅଭିଯୋଗ’ ଶୁଣିଲେ। 

ରେଳ, ଟେଲିକମ୍‌, ଆଇଟି ଆଦି ବିଭିନ୍ନ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଏବଂ ନୂତନ ପ୍ରସ୍ତାବ ସମ୍ପର୍କରେ ବିସ୍ତୃତଭାବେ ଆଲୋଚନା କରିବା ସହ ସୁସ୍ଥ ଓ ସମୃଦ୍ଧ ଓଡ଼ିଶା ଗଠନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ଯୋଜନା ଓ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇଥିଲେ । ଏଥିସହିତ ସେଗୁଡିକର ନିରାକରଣ ଏବଂ ତ୍ୱରିତ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ ଥିଲେ। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ରାଜ୍ୟ କାର୍ଯ୍ୟାଳୟରେ ‘ଅଭିଯୋଗ’ ଶୁଣିଲେ କେନ୍ଦ୍ରମନ୍ତ୍ରୀ | Argus News