Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭୁବନେଶ୍ୱର ଓ ପିପିଲିରେ ବିଜେପିର ‘ବୁଥ ଜନସମ୍ପର୍କ ଅଭିଯାନ’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

Odisha

ଭୁବନେଶ୍ୱର ଓ ପିପିଲିରେ ବିଜେପିର ‘ବୁଥ ଜନସମ୍ପର୍କ ଅଭିଯାନ’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

Ritu Das
Browse all articles by Ritu Das
·2 years ago·3 min read
ଭୁବନେଶ୍ୱର ଓ ପିପିଲିରେ ବିଜେପିର ‘ବୁଥ ଜନସମ୍ପର୍କ ଅଭିଯାନ’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

Key Points

•    ଉତ୍ତର ଭୁବନେଶ୍ୱର ଏବଂ ପିପିଲି ନିର୍ବାଚନମଣ୍ଡଳୀରେ ‘ବୁଥ କାର୍ଯ୍ୟକର୍ତ୍ତା’ ବୈଠକରେ ନିର୍ବାଚନ ପ୍ରସ୍ତୁତି ସହ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଉପରେ କଲେ ଆଲୋଚନା 
•    ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ବୁଥ ନମ୍ବର- ୫୯ରେ ଘରେ ଘରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତାର ଷ୍ଟିକର ଲଗାଇଲେ 
•    ‘କାନ୍ଥ ଲିଖନ’ କାର୍ଯ୍ୟକ୍ରମରେ ସାମିଲ ହୋଇ ପଦ୍ମଫୁଲ ଚିହ୍ନ ଆଙ୍କିଲେ କେନ୍ଦ୍ରମନ୍ତ୍ରୀ 
•    ଦଳୀୟ କାର୍ଯ୍ୟକର୍ତ୍ତା ନଗେନ ବିଶୋୟୀଙ୍କ ଘରେ ସକାଳ ଜଳଖିଆ କଲେ  
•    ପିପିଲି ଗୋବିନ୍ଦପୁର ସିଉଳା ଠାରେ ପଦଯାତ୍ରାରେ ହେଲେ ସାମିଲ
•    ‘ବିକଶିତ ଭାରତ’ ଗଠନ ସହ ମୋଦି ଗ୍ୟାରେଣ୍ଟି ଉପରେ ଜନତାଙ୍କ ଭରସା ବଢିଛି 
•    ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ପରିବର୍ତ୍ତନ ମୁହାଁ 
•    ମୋଦିଙ୍କ ପ୍ରତି ଜନସାଧାରଣଙ୍କ ମଧ୍ୟରେ ଅଭୂତପୂର୍ବ ଆସ୍ଥାର ଭାବନା ତିଆରି ହୋଇଛି 
•    ପ୍ରଧାନମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ନେଇ ମହିଳା ଓ ଯୁବକ ମାନେ ବେଶ୍ ଉତ୍ସାହିତ 
 

ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡ଼ିଶା ବଡ଼ ରାଜନୈତିକ ପରିବର୍ତ୍ତନ ଆଡକୁ ଯାଉଛି । ୨୦୨୪ ସାଧାରଣ ନିର୍ବାଚନରେ ମୋଦି ଗ୍ୟାରେଣ୍ଟି ଯାଦୁ କରିବ ବୋଲି ରବିବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଓ ପୁରୀ ପିପିଲିରେ ବିଜେପିର ‘ବୁଥ ଜନସମ୍ପର୍କ ଅଭିଯାନ’ରେ ସାମିଲ ହେବା ଅବସରରେ କହିଛନ୍ତି ।        

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅଭିଯାନ ଅଧୀନରେ ଆଜି ପ୍ରଥମେ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ଚନ୍ଦ୍ରଶେଖରପୁର ଓ୍ୱାର୍ଡ ନଂ ୮ ଠାରେ ଦଳୀୟ କାର୍ଯ୍ୟକର୍ତ୍ତା ନଗେନ ବିଶୋୟୀଙ୍କ ଘରେ ସକାଳ ଜଳଖିଆ  କରିଥିଲେ । ପରେ ଏହି ନିର୍ବାଚନମଣ୍ଡଳୀର ବୁଥ ନମ୍ବର ୫୯ ହାଉସିଂ ବୋର୍ଡ କଲୋନୀରେ ବିଜେପିର ‘କାନ୍ଥ ଲିଖନ’ କାର୍ଯ୍ୟକ୍ରମରେ ସାମିଲ ହୋଇ କାନ୍ଥରେ ପଦ୍ମଫୁଲ ଚିହ୍ନ ଆଙ୍କିଥିଲେ । କାର୍ଯ୍ୟକର୍ତ୍ତାମାନଙ୍କ ସହ ଦଳୀୟ ସଂଗଠନ ଓ ରାଜନୈତିକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ଘର ଘର ବୁଲି ସାଧାରଣ ଲୋକଙ୍କୁ ଭେଟିବା ସହ ମୋଦିଙ୍କ ବାର୍ତ୍ତାର ଷ୍ଟିକର ଓ ମୋଦି ସରକାରରେ ହୋଇଥିବା କଲ୍ୟାଣକାରୀ ଯୋଜନାର ଲିଫଲେଟ୍ ବିତରଣ କରିଥିଲେ । ବୁଥ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗଦେଇ ପ୍ରାକ୍ ନିର୍ବାଚନ ପ୍ରସ୍ତୁତି ଉପରେ ମଧ୍ୟ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । 
ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀ ପ୍ରଧାନ ପିପିଲି ନିର୍ବାଚନମଣ୍ଡଳୀ କଣ୍ଟି ପଞ୍ଚାୟତ ପାତ୍ର ସାହୀ ବୁଥ ନମ୍ବର 144ରେ ଆୟୋଜିତ ବୈଠକରେ ବୁଥ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଗୋବିନ୍ଦପୁର ସିଉଳା ଠାରେ ପଦଯାତ୍ରାରେ ସାମିଲ  ହୋଇଥିଲେ ।    

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆମ ଦଳ ତରଫରୁ ବୁଥ ଜନସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି । ଓଡ଼ିଶା ଆଜି ରାଜନୈତିକ ପରିବର୍ତ୍ତନ ଆଡକୁ ମୁହାଁଇଲାଣି । ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଜନସାଧାରଣଙ୍କ ମଧ୍ୟରେ ଅଭୂତପୂର୍ବ ଆସ୍ଥାର ଭାବନା ତିଆରି ହୋଇଛି। ଓଡ଼ିଶାରେ ମୋଦିଙ୍କ ପ୍ରତି ଶ୍ରଦ୍ଧା ଓ ଆଶୀର୍ବାଦ ଅଛି। ଦେଶ ରାମରାଜ୍ୟ ହୋଇଥିବା ବେଳେ ସ୍ୱରାଜ୍ୟ ଦିଗରେ ଅଗ୍ରସର ହେଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକଶିତ ଭାରତର ଗ୍ୟାରେଣ୍ଟି ଉପରେ ଲୋକମାନେ ଭରସା ରଖୁଛନ୍ତି ବୋଲି ସେ କହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆସନ୍ତା ୩ ତାରିଖରେ ପ୍ରଧାନମନ୍ତ୍ରୀ ସମ୍ବଲପୁର ଗସ୍ତରେ ଆସୁଛନ୍ତି । ପରବର୍ତ୍ତୀ ସମୟରେ ପୁଣି ଉପକୂଳ ଅଞ୍ଚଳକୁ ଆସିବେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି । ଭାରତକୁ ଏକ ସୁଦୃଢ଼ ଦେଶ ଭାବେ ଗଢ଼ିବା ପାଇଁ ଓଡ଼ିଶାର ଭୂମିକା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଅବଗତ କରାଇବେ । ଦଳର କାର୍ଯ୍ୟକର୍ତ୍ତା ଏବଂ ବିଶେଷ ଭାବରେ ମହିଳା ଓ ଯୁବକ ମାନେ ଏଥିପାଇଁ ବହୁତ ଉତ୍ସାହିତ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
The Union Minister | Argus News