Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦେବଗଡ଼ରେ ବିଜେପିର ‘କାନ୍ଥ ଲିଖନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

Odisha

ଦେବଗଡ଼ରେ ବିଜେପିର ‘କାନ୍ଥ ଲିଖନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

Ritu Das
Browse all articles by Ritu Das
·2 years ago·1 min read
ଦେବଗଡ଼ରେ ବିଜେପିର ‘କାନ୍ଥ ଲିଖନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀଙ୍କ ଅଧିକ ଆସ୍ଥାଭାଜନ ହେବା ଲକ୍ଷ୍ୟରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କଣ୍ଡଳ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ‘କାନ୍ଥ ଲିଖନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

ଶ୍ରୀ ପ୍ରଧାନ ରଙ୍ଗ ତୁଳି ଧରି କାନ୍ଥରେ ପଦ୍ମ ଫୁଲ ଆଙ୍କିବା ସହ କହିଛନ୍ତି ଯେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ବିଜେପି ପକ୍ଷରୁ ‘କାନ୍ଥ ଲିଖନ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆଶା ଭରସାର ଚିହ୍ନ ପଦ୍ମ । ମୋଦିଙ୍କ ଚିହ୍ନ ପଦ୍ମ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ଗରିବ, ମହିଳା, ଚାଷୀ, ଯୁବକ, ଜନଜାତି ତଥା ପଛୁଆବର୍ଗଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ହୋଇଛନ୍ତି । ସମାଜର ସାଧାରଣ ଲୋକର ଭରସାର ପ୍ରତୀକ ହୋଇଛନ୍ତି । ମୋଦି ସରକାରଙ୍କ କଲ୍ୟାଣକାରୀ କାର୍ଯ୍ୟକୁ ନେଇ ଆମ ଦଳ ରାଜ୍ୟରେ ଆଗାମୀ ଲୋକସଭା ଓ ବିଧାନସଭା ୨୦୨୪ ନିର୍ବାଚନ ପାଇଁ ଲୋକମାନଙ୍କର ଅଧିକ ଆସ୍ଥାଭାଜନ ହେବା ପାଇଁ ଅଭିଯାନ ଆରମ୍ଭ କରିଛି । ଗାଁ ଗାଁରେ ମୋଦି ଗ୍ୟାରେଣ୍ଟି ପହଞ୍ଚାଇବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Union Minister | Argus News