Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଣ ବିସ୍ଫୋରଣରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଲେ କେନ୍ଦ୍ରମନ୍ତ୍ରୀ

Ritu Das
Browse all articles by Ritu Das
·2 years ago·2 min read
ବାଣ ବିସ୍ଫୋରଣରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ବାଣ ବିସ୍ଫୋରଣରେ ପ୍ରାଣ ହରାଇଥିବା ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ସନ୍ଧ୍ୟାରେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ସହ ଆଶିଷ ଲାଭ କରିଥିଲେ। ପରେ ମା' ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ କରିଥିଲେ। 

କେନ୍ଦ୍ରମନ୍ତ୍ରୀଙ୍କ ସହ ବରିଷ୍ଠ ବିଜେପି ନେତା ସମୀର ମହାନ୍ତି, ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର, ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ଓ ବ୍ରହ୍ମଗିରି ବିଧାୟକଙ୍କ ସହ ବରିଷ୍ଠ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ। ତେବେ ଦର୍ଶନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିର୍ବାଚନ ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଆସିଥିଲି। 

ଆଜି ନିର୍ବାଚନର ଶେଷ ଦିନରେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିବାର ସୌଭାଗ୍ୟ ପାଇଥିବାରୁ ନିଜକୁ ଧନ୍ୟ ମନେ କରୁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ମହାପ୍ରଭୁଙ୍କ ଆଶୀର୍ବାଦରୁ ଏଥର ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ଗଠନ କରିବ। ଜନସାଧାରଣଙ୍କ ଭଲ ପାଇବା ଓ ଆଶୀର୍ବାଦରୁ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଭଉଁରୀ ଉତ୍ସବ ଦିନ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣରେ ପ୍ରାଣ ହରାଇଥିବା ବ୍ୟକ୍ତି ବିଶେଷଙ୍କ ଆତ୍ମାର ସଦଗତି କାମନା ସହ ଚିକିତ୍ସିତ ହେଉଥିବା ବ୍ୟକ୍ତି ମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଧର୍ମେନ୍ଦ୍ର। ଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ ସିଧାସଳଖ ନରେନ୍ଦ୍ର ପୁଷ୍କରିଣୀର ହୋଇଥିବା ବାଣ ବିସ୍ଫୋରଣ ସ୍ଥଳକୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ। ବାଣ ବିସ୍ଫୋରଣରେ ପ୍ରାଣ ହରାଇଥିବା ପରିବାର ବର୍ଗଙ୍କୁ ଭେଟିବା ସହ ଗଭୀର ସମବେଦନା ମଧ୍ୟ ଜଣାଇଥିଲେ। 
ଏଭଳି ଘଟଣା ଆମ ସମସ୍ତଙ୍କୁ ସ୍ତବ୍ଧ ଓ ମର୍ମାହତ କରିଦେଇଛି। ପରିବାର ଭିତରେ କିଏ ସ୍ବାମୀକୁ ହରାଇଛି ତ କିଏ ପୁଅ ଓ ଛୋଟ ଶିଶୁଙ୍କୁ ହରାଇଛି। ଏଭଳି କଠିନ ସମୟରେ ମୃତକଙ୍କ ପରିବାର ଲୋକଙ୍କୁ ମହାପ୍ରଭୁ ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ଧର୍ମେନ୍ଦ୍ର। ଗତ ୨୯ ତାରିଖ ଭଉଁରୀ ଉତ୍ସବ ଦିନ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କ ମୃତ୍ୟୁ ଘଟିଛି। 

ଅନେକ ଲୋକ ଗୁରୁତର ହୋଇ ଭୁବନେଶ୍ଵର ଓ କଟକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣାକୁ ଚାରିଦିନ ବିତିବାକୁ ବସିଥିଲେ ମଧ୍ୟ ଏବେ ବି ପୁରୀ ସହରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏଭଳି ଲୋମ ଟାଙ୍କୁରା ଘଟଣା କେବେ କାହା ସହ ନ ଘଟୁ ବୋଲି ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି କେନ୍ଦ୍ରମନ୍ତ୍ରୀ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
The Union Minister met the | Argus News