Videos
|
Odisha

ସମ୍ବଲପୁରର ସାମୂହିକ ବିକାଶ ଏବଂ ନ୍ୟାୟପାଳିକା ବ୍ୟବସ୍ଥାର ଉନ୍ନତି ନେଇ କଲେ ଆଲୋଚନା

Jitendra Dash
Browse all articles by Jitendra Dash
·2 years ago·2 min read
ସମ୍ବଲପୁରର ସାମୂହିକ ବିକାଶ ଏବଂ ନ୍ୟାୟପାଳିକା ବ୍ୟବସ୍ଥାର ଉନ୍ନତି ନେଇ କଲେ ଆଲୋଚନା

ଅର୍ଗସ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବରେ ଆଜି ସମ୍ବଲପୁର ବାର୍ ଆସୋସିଏସନର ସଦସ୍ୟ ମାନଙ୍କୁ ଭେଟିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କ ଆଶୀର୍ବାଦ ଲୋଡିଛନ୍ତି ।  

ସମ୍ବଲପୁର ବାର୍ ଆସୋସିଏସନର ଅନେକ ବରିଷ୍ଠ, ଅନୁଭବୀ ତଥା ପୁରୁଣା ଓକିଲ ବନ୍ଧୁ ମାନଙ୍କୁ ଭେଟି ଖୁସି ପ୍ରକଟ କରିଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଥିଲେ ଜିଲ୍ଲାର ସାମୂହିକ ବିକାଶ, ଲୋକ ଆକାଂକ୍ଷା ଏବଂ ନ୍ୟାୟପାଳିକା ବ୍ୟବସ୍ଥାର ଉନ୍ନତି ଦିଗରେ ସମସ୍ତଙ୍କ ଉପାଦେୟ ପରାମର୍ଶ ନେଲି । ସମାଜ ଜୀବନରେ ଓକିଲଙ୍କ ଭୂମିକାଙ୍କ ଗୁରୁତ୍ୱପୂର୍ଣ୍ଣ । ଶ୍ରୀ ପ୍ରଧାନ କହିଥିଲେ ଯେ ସମ୍ବଲପୁର ଆମ ସଂସ୍କୃତି ଓ ସଭ୍ୟତାର ଅନନ୍ୟ କେନ୍ଦ୍ର । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନେକ ଗୁଡିଏ ବିକାଶମୂଳକ କାମ ହେଉଅଛି । ସମ୍ବଲପୁରକୁ ଦେଶର ଅଗ୍ରଣୀ ଅଞ୍ଚଳ ଭାବେ ଗଢି ତୋଳିବା ପାଇଁ ଯୁବବର୍ଗଙ୍କୁ ରୋଜଗାର ସହ ଯୋଡିବାକୁ ହେବ । ସ୍ଥାନୀୟ ଅର୍ଥନୀତିକୁ ମଜଭୂତ୍ କରିବା ପାଇଁ ବାର୍ ଆସୋସିଏସନଙ୍କ ସହ ସାମୂହିକ ଦାୟିତ୍ୱ ନେବାକୁ ହେବ । 

ଏହି ଦିନ ଶ୍ରୀ ପ୍ରଧାନ ଓଡ଼ିଶାର ହୋମ୍ ମେଣ୍ଟେନାନ୍ସ ସର୍ଭିସ୍ ହୋମଭେରୀର କର୍ମଚାରୀଙ୍କ ସହ ସାକ୍ଷାତ୍ ଆଲୋଚନା କରିଥିଲେ । ସେ କହିଥିଲେ ଗ୍ରାହକମାନଙ୍କୁ ସଠିକ୍ ସମୟରେ ପ୍ଲମ୍ବିଂ, କାର୍ପେଣ୍ଟ୍ରି, ଗୃହ ଉପକରଣ ମରାମତି ତଥା ଘର ଉପକରଣ ସହ ଜଡ଼ିତ ସେବା ଯୋଗାଇଦେବା ପାଇଁ ନିୟୋଜିତ ସମସ୍ତ ଟେକ୍ନିସିଆନ କର୍ମଚାରୀଙ୍କ କାର୍ଯ୍ୟ ପ୍ରଶଂସନୀୟ । ସମ୍ବଲପୁରରୁ ଆରମ୍ଭ ହୋଇଥିବା ‘ହୋମଭେରୀ’ ବର୍ତ୍ତମାନ ଭୁବନେଶ୍ୱର, କଟକ ଓ ବରଗଡ଼ ଭଳି ବଡ ବଡ ସହରରେ ସେବା ଯୋଗାଇ ଆସିବା ଖୁସିର ବିଷୟ ।  


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଡିଗ୍ରୀ ଅପେକ୍ଷା ଦକ୍ଷତା ଗୁରୁତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀଙ୍କ ଷ୍ଟାର୍ଟଅପ୍ ପରମ୍ପରାରେ ଅନୁପ୍ରାଣିତ ହୋଇ ‘ହୋମଭେରୀ’ ଆରମ୍ଭ କରିଥିବା ପ୍ରହ୍ଲାଦ ମିତ୍ତଲ ଓ ରଜତ କର ରୋଜଗାର ଦେବାର ପରମ୍ପରା ତିଆରି କରି ଯୁବ ସମାଜ ପାଇଁ ଉଦାହରଣ ସାଜିଛନ୍ତି । ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବା ଦିଗରେ ଏଭଳି କଳ୍ପନା ଓ ଦକ୍ଷତା ନିଶ୍ଚିତ ଭାବେ ସମାଜକୁ ପ୍ରେରିତ କରିବ । ଆଗାମୀ ଦିନରେ ଏହି ସଂସ୍ଥା ୧୦୦ କ୍ୟୁବ୍ ଷ୍ଟାର୍ଟଅପର ଅଂଶବିଶେଷ ହେବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ : ୨୦୨୪ ନିର୍ବାଚନରେ ପାନୀୟ ଜଳ ସମସ୍ୟା ବଡ଼ ପ୍ରସଙ୍ଗ

ଏହାବ୍ୟତିତ ଶ୍ରୀ ପ୍ରଧାନ ସମ୍ବଲପୁର ହାଇକୋର୍ଟ ପରିସରରେ ଥିବା କାଳିନ୍ଦୀ ଭାଇଙ୍କ ଦୋକାନରୁ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ପକୁଡି ଖାଇଥିଲେ । ସମ୍ବଲପୁରରେ ଦ ଆର୍ଟ୍ ଅଫ୍ ଲିଭିଂ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ବିକଶିତ ଭାରତରେ ଓଡ଼ିଶା ଓ ସମ୍ବଲପୁର ଉପରେ ଚର୍ଚ୍ଚା କରିଥିଲେ କେନ୍ଦ୍ରମନ୍ତ୍ରୀ । ପ୍ରଜାତନ୍ତ୍ରରେ ଭୋଟର ମୂଲ୍ୟ, ଦେଶ ଓ ବିଶ୍ୱ କଲ୍ୟାଣ ପାଇଁ ଆବଶ୍ୟକତା, ଭାରତୀୟ ନାଗରିକଙ୍କ ଭୂମିକା ନେଇ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ବିଚାର ଓ ଆଧ୍ୟାତ୍ମିକତା ଆଧାରରେ ସମାଜ ଗଠନର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ । ସେହିପରି ଏକ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗଦେବା ସହ ଶ୍ରୀ ପ୍ରଧାନ ଗୁଜୁରାଟୀ ସମାଜର ଚୈତ୍ର ନବରାତ୍ରିର ଅଷ୍ଟମୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ସହ ମା’ ଓମିଆ ମାତାଙ୍କ ଦର୍ଶନ କରିଥିଲେ ।