Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରତ୍ନଭଣ୍ଡାର ଶୀଘ୍ର ଖୋଲିବାକୁ ଅପିଲ କଲେ ଧର୍ମେନ୍ଦ୍ର

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ରତ୍ନଭଣ୍ଡାର ଶୀଘ୍ର ଖୋଲିବାକୁ ଅପିଲ କଲେ ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ :  ତିନିଦିନିଆ ଓଡିଶା ଗସ୍ତରେ ଆସି ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ସାନିଧ୍ୟ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାସହ ମରାମତି କାମ ଦେଖିବା ସହ ରତ୍ନ ଭଣ୍ଡାର ଖୋଲିବାକୁ ଅପିଲ୍ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସେ କହିଛନ୍ତି ଏଏସଆଇ ଏକ ଯୋଗ୍ୟ ସଂସ୍ଥା . ତେଣୁ ସୂଚାରୁ ରୂପେ ସବୁ କାମ ହେବ .ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଛନ୍ତି,ତେଣୁ ସବୁ ଠିକ୍ ହୋଇଯିବ. ଆଜି ଶଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ତ୍ରିଦିବସୀୟ ଆଲୋଚନା ଚକ୍ରରେ ଭାଗନେବେ କେନ୍ଦ୍ରମନ୍ତ୍ରୀ।

ଅଧିକ ପଢନ୍ତୁ : ଦ୍ୱିତୀୟ ଭଏସ୍ ଅଫ୍ ଗ୍ଲୋବାଲ ସାଉଥ୍ ସମ୍ମିଟର ‘ଶିକ୍ଷା ମନ୍ତ୍ରୀ ଅଧିବେଶନ’ର ଅଧ୍ୟକ୍ଷତା କଲେ କେନ୍ଦ୍ରମନ୍ତ୍ରୀ

ଏହାସହ ଦୁଇଟି ଭାଷାରେ ଅନୁବାଦ ହୋଇଥିବା ଲକ୍ଷ୍ମୀପୁରାଣର ଲୋକାର୍ପଣ କରିବା ସହ ଦୁର୍ଗାଦାସପୁରରେ ଏକ ଡାକଘର ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି। ପରେ ଢେଙ୍କାନାଳ ଫେରି ସପ୍ତଶଯ୍ୟା ମହୋତ୍ସବରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ । ଆସନ୍ତାକାଲି ପୂର୍ବାହ୍ନରେ ଶଦାଶିଵ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ଶହେ କୋଟି ମୂଲ୍ୟ ପ୍ରକଳ୍ପର ଶିଳାନ୍ୟାସ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Union Minister of Education visited the Lord in Puri | Argus News