Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ସମ୍ବଲପୁରରେ ଡକ୍ଟର ବି.ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ

Odisha

ସମ୍ବଲପୁରରେ ଡକ୍ଟର ବି.ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ

Ritu Das
Browse all articles by Ritu Das
·2 years ago·2 min read
ସମ୍ବଲପୁରରେ ଡକ୍ଟର ବି.ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ

Key Points

•    ଆମ୍ବେଦକରଙ୍କ ଜୟନ୍ତୀରେ ଠେଲକୋପଡା ଠାରେ ଏସସି ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ଅଜୁ ତାଣ୍ଡିଙ୍କ ଘରେ ଜଳଖିଆ ଖାଇଲେ କେନ୍ଦ୍ରମନ୍ତ୍ରୀ 
•    ‘ମୋଦୀ ବିଜୟ ପ୍ରଚାର’ ଅଭିଯାନ ଅନ୍ତର୍ଗତ ଠେଲକୋପଡ଼ା ଠାରେ ଅନିସୂଚିତ ଜାତି ସମାଜର କାର୍ଯ୍ୟକର୍ତ୍ତା ସ୍ୱର୍ଗତ ଦୟାସାଗର ବେହେରାଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କ ଆଶୀର୍ବାଦ ନେଲେ
•    ସମ୍ବିଧାନ ନାଗରିକଙ୍କ ପାଇଁ ସ୍ୱତନ୍ତ୍ରତା, ସମାନତା, ଭାଇଚାରା ଏବଂ ସାମାଜିକ ନ୍ୟାୟକୁ ସୁନିଶ୍ଚିତ କରିଛି 
•    ମୋଦୀ ସରକାର ବାବାସାହେବଙ୍କ ଭାରତକୁ ନେଇ ଦେଖିଥିବା ସ୍ୱପ୍ନକୁ ପୂରଣ କରୁଛନ୍ତି 
•    ଏକ ଶ୍ରେଷ୍ଠ, ଶିକ୍ଷିତ, କୁଶଳୀ ଏବଂ ବିକଶିତ ଭାରତ ଗଠନ କରିବା ହେବ ବାବାସାହେବଙ୍କ ପ୍ରତି ଉଚିତ୍ ଶ୍ରଦ୍ଧାଞ୍ଜଳି 
•    ବାବାସାହେବଙ୍କ ବିଚାର ଓ ଆଦର୍ଶ ସମସ୍ତଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ 
 

ଅର୍ଗସ ବ୍ୟୁରୋ: ସାମାଜିକ ନ୍ୟାୟର ପୁରୋଧା, ସମ୍ବିଧାନ ପ୍ରଣେତା ଭାରତ ରତ୍ନ ବାବାସାହେବ ଭୀମରାଓ ଆମ୍ବେଦକର ଆମକୁ ନ୍ୟାୟ ଏବଂ ସମାନତା ଉପରେ ଆଧାରିତ ଏକ ସର୍ବସମାବେଶୀ ଏବଂ ପ୍ରଗତିଶୀଳ ସମ୍ବିଧାନ ଦେଇଛନ୍ତି । ଯେଉଁ ସମ୍ବିଧାନ ଭାରତର ସମସ୍ତ ନାଗରିକଙ୍କ ପାଇଁ ସ୍ୱତନ୍ତ୍ରତା, ସମାନତା, ଭାଇଚାରା ଏବଂ ସାମାଜିକ ନ୍ୟାୟକୁ ସୁନିଶ୍ଚିତ କରିପାରିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରବିବାର ସମ୍ବଲପୁରରେ ଡକ୍ଟର ଆମ୍ବେଦକରଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂତ୍ତିରେ ମାଲ୍ୟାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଦେଶର ବଞ୍ଚିତ ବର୍ଗର ବିକାଶକୁ ମୁଖ୍ୟସ୍ରୋତରେ ଯୋଡ଼ି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବାବାସାହେବଙ୍କ ଚିନ୍ତାଧାରାକୁ ଆଗକୁ ବଢାଇବା ସହ ଭାରତକୁ ନେଇ ସେ ଦେଖିଥିବା ସ୍ୱପ୍ନକୁ ପୂରଣ କରିବା ପାଇଁ କାମ କରୁଛନ୍ତି । ଏକ ଶ୍ରେଷ୍ଠ, ଶିକ୍ଷିତ, କୁଶଳୀ ଏବଂ ବିକଶିତ ଭାରତ ଗଠନ କରିବା ବାବାସାହେବଙ୍କ ପ୍ରତି ଉଚିତ୍ ଶ୍ରଦ୍ଧାଞ୍ଜଳି ହେବ । ବାବାସାହେବଙ୍କ ବିଚାର ଓ ଆଦର୍ଶ ସମସ୍ତଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ । ଆଜିର ଯୁବପିଢି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଆବଶ୍ୟକ। 
ଆମ୍ବେଦକରଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ଶ୍ରୀ ପ୍ରଧାନ ମୁଦିପଡା ଠେଲକୋପଡା ଠାରେ ଏସସି ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ଅଜୁ ତାଣ୍ଡିଙ୍କ ଘରେ ଜଳଖିଆ କରିଥିଲେ ।  ତାଙ୍କର ସ୍ନେହ, ଶ୍ରଦ୍ଧା ଓ ଅମାୟିକ ବ୍ୟବହାର ପାଇଁ ଧନ୍ୟବାଦ ଜଣାଇବା ସହ ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ମୋଦିଜୀଙ୍କ ଶାସନର କେନ୍ଦ୍ରବିନ୍ଦୁ ହୋଇଛି ବୋଲି କହିଥିଲେ । ଅନୁରୂପ ଭାବରେ କେନ୍ଦ୍ରମନ୍ତ୍ରୀ ‘ମୋଦୀ ବିଜୟ ପ୍ରଚାର’ ଅଭିଯାନ ଅନ୍ତର୍ଗତ ଠେଲକୋପଡ଼ା ଠାରେ ବିଜେପି ଅନୁସୂଚିତ ଜାତି ସମାଜର ପୁରାତନ କାର୍ଯ୍ୟକର୍ତ୍ତା ସ୍ୱର୍ଗତ ଦୟାସାଗର ବେହେରାଙ୍କ ସୁପୁତ୍ର ଦୁଷ୍ମନ୍ତ ବେହେରା ଓ ତାଙ୍କ ପରିବାରର ସଦସ୍ୟ ମାନଙ୍କୁ ଭେଟିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଙ୍କ କଲ୍ୟାଣକାରୀ ବାର୍ତ୍ତା ଓ ଯୋଜନା ଗୁଡିକ ଉପରେ ଆଲୋକପାତ କରିବା ସହ ଗୁରୁଜନଙ୍କ ଆଶୀର୍ବାଦ ନେଇଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The Union Minister paid | Argus News